(ସୁବର୍ଣ୍ଣପୁର / ଓମ୍ ପ୍ରକାଶ ମିଶ୍ର ) : ଦୀର୍ଘ ୨୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ସ୍ୱଳ୍ପ ବେତନରେ କାର୍ଯ୍ୟ କରି ମଧ୍ୟ ଅବହେଳାର ଶିକାର ହୋଇଛନ୍ତି ସ୍ଥାନୀୟ ବିଜୁ ପଟ୍ଟନାୟକ ଡ଼ିଗ୍ରୀ ମହିଳା ବିଦ୍ୟାଳୟର ଣିକ୍ଷକ ଓ ଅଣଶିକ୍ଷକ । ବିଦ୍ୟାଳୟ ରେ ପରିଚାଳନା କମିଟି ଅଧିନରେ ଥିବା ଶିକ୍ଷକ ଓ ଅଣଶିକ୍ଷକ ଦରମା ବୃଦ୍ଧି ଓ ବାର୍ଷିକ ଆୟବ୍ୟୟର ଅର୍ଥ ଅଟକଳା ସ୍ୱଛତା ଦାବି କରି କଲେଜ ସାମ୍ନା ରେ ଧାରଣା ରେ ବସିଛନ୍ତି। କର୍ମଚାରୀ ଙ୍କ କହିବା ଅନୁଯାୟୀ ସମାନ କାମକୁ ସମାନ ଦରମା ନିତି ତଥା ଆର୍ଥିକ ଅଭାବକୁ ପୁରଣ ପାଇଁ ବାରମ୍ବାର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ବୈଜୟନ୍ତି ନାୟକ ଙ୍କୁ ଅନୁରୋଧ କରିଥିଲେ ହେଁ ଆର୍ଥିକ ଅଭାବର କଥା କହି ସେ ବାରମ୍ବାର ଉକ୍ତ ଦାବି ସବୁକୁ ଏଡାଇ ଦେଇ ଚାଲିଛନ୍ତି। ଅନ୍ୟପଟେ ଡିଗ୍ରୀ ମହାବିଦ୍ୟାଳୟର ସଭାପତି ତଥା ସୋନପୁର ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ ଙ୍କୁ ଏହାର ଉପରେ ପଚରାଯିବାରୁ , ସେ ସମାଧାନ ର କିଛି ରାସ୍ତା ବାହାର ନ କରି ଆମକୁ ଚାକିରୀ ଛାଡ଼ି ଚାଲିଯିବା ପାଇଁ କହିଛନ୍ତି । ଏହାର ପ୍ରତିବାଦରେ ଆଜି ଆମେ ଧାରଣାରେ ଦେଇଛୁ। ଯଦି ଏହି ଦାବୀ ପୂରଣ ନ ହୁଏ ଏବଂ ଆଗାମୀ ଦିନରେ କିଛି ସମାଧାନ ନକରାଯାଏ ତେବେ ମହିଳା ବିଦ୍ୟାଳୟ ରେ ଆନ୍ଦୋଳନ ଜାରି ରହିବ ବୋଲି ଣିକ୍ଷକ ଓ ଅଣଶିକ୍ଷକ କହିଛନ୍ତି।