ଦିବ୍ୟାଙ୍ଗ ବର୍ଷାକୁ ମିଳୁନି ସରକାରୀ ସହାୟତା

(ସନ୍ତୋଷ ଲମ୍ବତା / ରାୟଗଡ଼ା ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ର କତା ଗୁଡା ଗାଁ ର ମାଠିଆ ସାହି ରେ ବସବାସ କରୁଥିବା ବୂସଭ ମୁଣ୍ଡା ଙ୍କ ବଡ ଝିଅ ବର୍ଷା ମୁଣ୍ଡା । ବୟସ-୧୨ବର୍ଷ ଜନ୍ମ ରୁ ମୁକ ଓ ଗୋଡ ହାତ ବଙ୍କା ଓ ମାନସିକ ବିକୃତ ହୋଈଥିବାରୁ ଦୈନନ୍ଦିନ ଜିବନ ବହୁ କଷ୍ଟ ରେ ବିତୁଛି । ପରିବାର କହିଲେ ବାପା, ମାଁ, ଦୁଇ ଝିଅ ଓ ଗୋଟିଏ ପୁଅ। ରହିବା ପାଇଁ ସରକାର ତରଫରୁ ଘର ଖଣ୍ଡିଏ ମଧ୍ୟ ମିଳିନାହିଁ। ଝାଟିମାଟି ଘରେ ଦିନ କାଟୁଛନ୍ତି ଏହି ପରିବାର। କୁଲି ମଜୁରୀ କରି ପରିବାର ଚଳାଇ ଆସୁଥିବା ବୂସଭ ମୁଣ୍ଡା କହିଛନ୍ତି। ଦିବ୍ୟାଙ୍ଗ ବର୍ଷା କୁ ଖୁଆଇବା ଠାରୁ ଆରମ୍ଭ କରି ଗାଧୋଇବା, ଶୌଚ କରେଇବା ବାପା ମାଆ ହିଁ କରିଥାନ୍ତି। ଆର୍ଥିକ ଅବସ୍ଥା ଠିକ୍ ନଥିବା ଯୋଗୁଁ ଝିଅ ର ଚିକିତ୍ସା କରାଈ ପାରୁନଥିବା ବାପା ମାଆ କହିଛନ୍ତି। ବାରମ୍ବାର ଏହି ବିଷୟ ନେଈଁ ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଏହି ଗରିବ ପରିବାର ଊପରେ ପ୍ରଶାସନ ର ଦୂଷ୍ଟି ଦେଊନଥିବା ଅଭିଯୋଗ ହୋଇଛି। ତୁରନ୍ତ ଦିବ୍ୟାଙ୍ଗ ବର୍ଷା କୁ ଭତ୍ତା ଓ ଊନ୍ନତି ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।