ମାତୃ ସମୀଳନୀ ଓ ସମର୍ପଣ ଦିବସ

((ରାଇରଙ୍ଗପୁର / ସତ୍ୟନାରାୟଣ ପାଲ ): ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣୀ ଆବାସିକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମାତୃ ସମ୍ମିଳନୀ ଓ ସମର୍ପଣ ଦିବସ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଆଚାର୍ୟ୍ୟ ପର୍ଶୁରାମ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଜିଆଣୀ ସରପଞ୍ଚ ଦୁର୍ଗା ମାର୍ଣ୍ଡି ଯୋଗ ଦେଇ ଶିଶୁ ଗଠନ ରେ ମା ଙ୍କ ଭୁମିକା ଉପରେ ଆଲୋକପାତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସହ ସମ୍ପାଦକ ସଞ୍ଜୟ କୁମାର ସାହୁ ଯୋଗ ଦେଇଥିଲେ।ଅଭିଭାବକ ଓ ଅବିଭାବିକାଙ୍କ ତରଫରୁ ଆସିଥିବା ବିଭିନ୍ନ ପ୍ରଶ୍ନ ର ଉତ୍ତର ପ୍ରଧାନଆଚାର୍ୟ୍ୟ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟରେ ଏକ ମାତୃ ମଣ୍ଡଳୀ ଗଠନ କରାଯାଇଥିଲା।ମଞ୍ଚ ପରିଚାଳନା କରିଥିଲେ ଆଚାର୍ୟ୍ୟ କରୁଣାକର ମହାନ୍ତିଓ ଶେଷରେ ଆଚାର୍ୟ୍ୟ ଭାଗୀରଥୀ ପତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।