ଉଦଳା ଠାରେ ସ୍ୱାଧୀନତା ଦିବସ ପାଳିତ

(ଦୀପକ ମିଶ୍ର / ଉଦଳା ) :ମୟୁରଭଞ୍ଜ କପ୍ତିପଦା ଉପଖଣ୍ଡ ନିମନ୍ତେ ଉଦଳା ଠାରେ ୭୩ ତମ ଓ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଆଜି ଉଦଳା ହାଇସ୍ୁଲ ପଡ଼ିଆ ଠାରେ ସମ୍ମିଳିତ ପ୍ୟାରେଡ଼ର ଆୟାଜିତ ହୋଇଥିଲା । ଉପଜିଲ୍ଲାପାଳ ଭଗବାନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତତପରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ହୋଇଥିବା ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଉପଜିଲ୍ଲାପାଳ ଦେଶ ଉଦ୍ଦେଶ୍ୟରେ ନିଜର ମନ୍ତବ୍ୟ ପ୍ରଦାନ କରିବା ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତରେ କୃତି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ସେ ସମ୍ମାନୀତ କରିଥିଲେ । ଉଦଳା ଡ଼ାକ୍ତରଖାନାରେ ରୋଗୀଙ୍କୁ ଫଳ ଓ ବିସ୍କୁଟ ବଂଣ୍ଟନ କରାଯିବା ସହିତ ଡାକ୍ତରଖାନାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଦିସବ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟାଜିତ ହୋଇଯାଇଛି । ସେହିପରି ଉପଖଣ୍ଡର କପ୍ତିଦାସ ଏବଂ ଖୁଟାଂ ଠାରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।