ବ୍ୟୁରୋ:ରାଜନୀତିରେ ନୂଆ ନୂଆ ପାଦ ଥାପି ଥିବା କ୍ରିକେଟର ହରଭଜନ ଏବେ ବେଶ୍ ଚର୍ଚ୍ଚାରେ । ନିକଟରେ ସେ ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବରେ ରାଜ୍ୟସଭା ସାଂସଦ ହୋଇଛନ୍ତି । କିନ୍ତୁ ଏବେ ସେ କଷୃକଙ୍କ ପକ୍ଷରେ ବାହାରିଛନ୍ତି । ଭଜ୍ଜି କଷୃକଙ୍କ ପାଇଁ ଏକ ନୂଆ ପଦେକ୍ଷପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।ଏପ୍ରିଲ(୧୬) ଶନିବାର ଦିନ ସକାଳେ ଭଜ୍ଜି ଟ୍ୱିଟ କରି କହିଛନ୍ତି ଯେ ରାଜ୍ୟସଭା ସଦସ୍ୟ ଭାବରେ, ମୁଁ ରାଜ୍ୟସଭାରୁ ମିଳୁଥିବା ସମସ୍ତ ଦରମାକୁ କୃଷକଙ୍କ ଝିଅ ପାଠପଢା ଓ ସାମାଜିକ କାର୍ଯ୍ୟ ପାଇଁ ଦେବାକୁ ଚାହୁଁଛି ।
ନିଜ ଦେଶକୁ ଭଲ କରିବା ପାଇଁ ଯୋଗଦାନ କରିବାକୁ ଚାହେଁ, ଯାହା କରି ପାରିବି ମୁଁ ସେ ସବୁ କରିବି ।ଗତ ବର୍ଷ ଡିସେମ୍ବରରେ ହରଭଜ୍ଜନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ସାରିଥିଲେ । ଏହା ପରେ ତାଙ୍କୁ ପଞ୍ଜାବ କଂଗ୍ରେସର ନଭଜୋତ ସିଂହ ସିଦ୍ଧୁଙ୍କ ସହ ଦେଖିବାକୁ ମିଳିଥିଲା । ସେତେବେଳେ ଚର୍ଚ୍ଚା ଜୋର ଧରି ଥିଲା ଯେ ଭଜ୍ଜି କଂଗ୍ରେସ କିମ୍ବା ବିଜେପି ରେ ଯୋଗ ଦେଇପାରନ୍ତି । କିନ୍ତୁ ସବୁ ଚର୍ଚ୍ଚାର ଅବସାନ ଘଟାଇ ସେ ଆପରେ ଯୋଗ ଦେଇଥିଲେ । ଏବଂ କୁହାଯାଉଛି ଯେ ପଞ୍ଜାବ ମୁଖ୍ୟମନ୍ତୀ ଭଗବନ୍ତ ମାନଙ୍କର ଖୁବ ନିକଟତର ।
ଜଳନ୍ଧରରେ ଜନ୍ମ ଲାଭ କରିଥିବା ହରଭଜ୍ଜନ କ୍ରିକେଟ ଦୁନିଆରେ ବେଶ୍ ପରିଚିତ । ୨୩ ବର୍ଷ ଧରି ସେ କ୍ରିକେଟ ସହିତ ଜଡିତ ଥିଲେ । ସେ ମୋଟ ୧୦୩ ଟେଷ୍ଟ ୪୧୭ ଉଇକେଟ, ଓ ୨୩୬ଟି ଇଣ୍ଟର ନ୍ୟାସନାଲ ମ୍ୟାଚରେ ୨୬୯ ଉଇକେଟ ନେଇଛନ୍ତି, ୨୮ଟି ଟି-୨୦ ମ୍ୟାଚରେ ମୋଟ ୨୫ ଟି ଉଇକେଟ ନେବାର ରେକର୍ଡ ରହିଛି । ହରଭଜ୍ଜନ ଆଇପିଏଲରେ ୧୬୩ଟି ମ୍ୟାଚ ଖେଳିଛନ୍ତି ଓ ୧୮୦ଟି ଉଇକେଟ ହାସଲ କରିଛନ୍ତି । ସେ ଆଇପିଏଲରେ ଚେନ୍ନାଇ, କୋଲକାତା, ମୁମ୍ବାଇ ଫ୍ରାନଚାଇଜ ପାଇଁ ଖେଳିଛନ୍ତି ।