ନୂଆ ଭାରିଆଣ୍ଟ ଆସିବା ସୁନିଶ୍ଚିତ : ଡବ୍ଲ୍ୟୁଏଚ୍‌ଓ

ଓମିକ୍ରନ୍‌ ଶେଷ ଭାରିଆଣ୍ଟ ନୁହେଁ ।

(ଦିଲ୍ଲୀ) : ଓମିକ୍ରନ୍‌ ଶେଷ ଭାରିଆଣ୍ଟ ନୁହେଁ । ଆସିବାକୁ ଯାଉଛି ଏହାଠାରୁ ଅତ୍ୟଧିକ ସଂକ୍ରାମକ ଭାରିଆଣ୍ଟ । ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନର କୋଭିଡ ଟିକା କୌଣସି କାମ ଦେବ ନାହିଁ । ଏଭଳି ଭୟାନକ ସତର୍କବାଣୀ ଦେଇଛି ଡବ୍ଲ୍ୟୁଏଚ୍‌ଓ ।

ସୂଚନାନୁଯାୟୀ , ଡବ୍ଲ୍ୟୁଏଚ୍‌ଓର କୋଭିଡ-୧୯ ବୈଷୟିକ ମୁଖ୍ୟ ମାରିୟା ଭାନ୍‌ କେରଖୋବେ କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ଆସିବାଟା ପ୍ରାୟ ନିଶ୍ଚିତ । ଓମାଇକ୍ରନ୍‌ ତୁଳନାରେ ଏହା ଆହୁରି ସଂକ୍ରାମକ ହେବ । କାରଣ ବର୍ତ୍ତମାନର ଭାରିଆଣ୍ଟ ଉପରେ ଏହାକୁ ପ୍ରଭାବୀ ହେବାକୁ ପଡ଼ିବ । ନୂଆ ଭାରିଆଣ୍ଟ ଯୋଗୁ ଲୋକଙ୍କଠାରେ ହାଲୁକା କିମ୍ବା ଗୁରୁତର ଲକ୍ଷଣ ଦେଖାଦେଇପାରେ । କିନ୍ତୁ ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ହେବେ । ପୂର୍ବ ସଂକ୍ରମଣ କିମ୍ବା ଟିକାରୁ ମିଳିଥିବା ପ୍ରତିରୋଧକ କ୍ଷମତାକୁ ନୂଆ ଭାରିଆଣ୍ଟ ମାତ୍‌ ଦେଇପାରେ ।