ମିଜୋରାମର ୪୦ ବିଧାନସଭା ଆସନରେ ଭୋଟ ଗଣତି ଆରମ୍ଭ

ମିଜୋରାମ : ଆରମ୍ଭ ହୋଇଛି ମିଜୋରାମର ନିର୍ବାଚନର ଭୋଟ ଗଣତି । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ କିଏ ସରକାର ଗଢିବ ତା ଉପରେ ନଜର ରହିଛି । ମିଜୋରାମରେ ଏବେ ସରକାର ଅଛି ଏମଏନଏଫ ବା ମିଜୋନେସନାଲ ଫ୍ରଂଟ । ହେଲେ ଏଗଜିଟ ପୋଲ ଅନୁସାରେ ଜୋରାମ ପିପୂଲ୍ସ ପ୍ରଂଂଟକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ବିଜେପର ୧୩ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମିଜୋରାମରେ ଏମଏନଏଫ ,ଜେଡ୍ସିଏଫ୍ ଓ କଂଗ୍ରେସ ୪୦ଟି ଆସନରେ ଲଢିଛନ୍ତି । ସେହିପରି ପ୍ରଥମ ଥର ଆପ୍ ୪ଟି ଆସନରେ ପ୍ରାର୍ଥୀ ଛିଡା କରିଥିଲେ । ଏହା ସହ ୧୭ ଜଣ ନିର୍ଦଳୀୟ ପ୍ରର୍ଥୀ ଛିଡା କରିଥିଲେ । ଏହା ସହ ୧୭ଜଣ ନିର୍ଦଳୀୟ ପ୍ରର୍ଥୀଙ୍କ ମଧ୍ୟ ଭାଗ୍ୟ ନିର୍ଦ୍ଧାରିଣ ହେବ ।