ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ୧୦୭୬ କରୋନା ସଂକ୍ରମିତ ଚିହ୍ନଟ
ଦିନକୁ ଦିନ ପୁଣି ମୁଣ୍ଡ ଟେକିବାକୁ ଆରମ୍ଭ କଲାଣି କରୋନା ମହାମାରୀ ।
(ଦିଲ୍ଲୀ) : ଦିନକୁ ଦିନ ପୁଣି ମୁଣ୍ଡ ଟେକିବାକୁ ଆରମ୍ଭ କଲାଣି କରୋନା ମହାମାରୀ । ରାଜଧାନୀ ଦିଲ୍ଲୀରେ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ୧୦୭୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ସକ୍ରିୟ ମାମଲାରେ ୫୭୪୪ ହୋଇଯାଇଛି। ଯାହା ଗତ ରବିବାର .୮୯ ପ୍ରତିଶତ ହୋଇଛି।

ଏହା ସହ କଣ୍ଟେମଣ୍ଟ ଜୋନ ସଂଖ୍ୟା ବଢ଼ି ଯାଇ ୧୧୦୩ ହୋଇଯାଇଛି। ସେହିଭଳି କରୋନା ସଂକ୍ରମଣ ହାର ବଢ଼ିଯାଇ ୬.୨ ପ୍ରତିଶତ ହୋଇଛି।

ସୂଚନାନୁଯାୟୀ , ମୁମ୍ୱାଇରେ ସୋମବାର ୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୨୪୩ ଟେଷ୍ଟ କରାଯାଇଥିଲା। ସେହିଭଳି ମହାରାଷ୍ଟ୍ରରେ ୯୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।