ଢେଙ୍କାନାଳ: ପୁଣି ଢେଙ୍କାନାଳ କାମାକ୍ଷାନଗର ବ୍ଲକର ସ୍କୁଲରେ ପଶିଲା କୋରୋନା । ପୁଣି ଗୋଟିଏ ସ୍କୁଲରୁ ଚିହ୍ନଟ ହେଲେ ୬ ଜଣ କୋରୋନା ପଜିଟିଭ । କୋରୋନାର ଛାୟା ସ୍କୁଲରେ ପଡିବା ପରେ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନ ଶିକ୍ଷକ ।
ଢେଙ୍କାନାଳ କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫ ଜଣ ଛାତ୍ରୀ ଏବଂ ଜଣେ ଶିକ୍ଷୟତ୍ରୀ କୋରୋନାରେ ଆକ୍ରାନ୍ତ ହୋଉଛନ୍ତି । ଗତ ୬ ତାରିଖ ସୋମବାର ଦିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲର ମୋଟ ୮୦ ଜଣ ଛାତ୍ରଛାତ୍ରୀଙ୍କ ନମୁନା ଟେଷ୍ଟ କରାଯାଇଥିଲା । ପରେ ଏମାନଙ୍କ ମଧ୍ୟରୁ ୫ ଜଣ ଛାତ୍ର ଏବଂ ଜଣେ ଶିକ୍ଷୟତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ବିଦ୍ୟାଳୟକୁୁ ବନ୍ଦ ରଖିବା ପାଇଁ ପ୍ରଧାନଶିକ୍ଷକ ନିଷ୍ପତ୍ତି ନେଇଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆକ୍ରାନ୍ତମାନଙ୍କୁ ଔଷଧ ଯୋଗାଇ ଦିଆଯାଇଛି ।