(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ବ୍ରହ୍ମପୁର ଅନ୍ତର୍ଗତ ଆଙ୍କୋଲି ଶିଳ୍ପାଞ୍ଚଳ ରେଳ ଓଭରବ୍ରିଜ ନିର୍ମାଣ ପ୍ରକଳ୍ପ ବହୁ ଦିନ ଧରି ଅଧାପନ୍ତରିଆ ରହିଥିବା ବେଳେ ଆଜି ଏଠାରେ ଏକ ଦୂର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୀର୍ଘଦିନ ଧରି ଇଞ୍ଜିନିୟରିଂ ସ୍କୁଲ ଠାରୁ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ରେଳ ଓଭରବ୍ରିଜ଼ କାମ ଚାଲିଛି କ୍ଷ ଏହି କାମ ୨୦୧୫ ମସିହାଠାରୁ ଆରମ୍ଭ ହୋଇ ଏକ ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଅଧୁରା ରହିଛି । ତେବେ ପ୍ରକଳ୍ପ କାମ ଚାଲୁଥିବା ବେଳେ ଏଠାରେ ଯାତାୟତ ସମୟରେ ସତର୍କତା ଅବଲମ୍ବନ କରିବା ନେଇ କୌଣସି ସୂଚନା ଦେଖିବାକୁ ମିଳୁନାହିଁ । ଫଳରେ ଏଠାରେ ଚଳପ୍ରଚଳ କରୁଥିବା ଲୋକଙ୍କ ସୁରକ୍ଷା ପ୍ରତି ପଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଥିପାଇଁ ଆଜି ଦୂର୍ଘଟଣାରେ ଜଣକ ପ୍ରାଣହାନୀ ହୋଇଥିବାରୁ ଏହା ପ୍ରକଳ୍ପ ନିର୍ମାଣ ଦାୟୀତ୍ୱରେ ଥିବା ଠିକାଦାରଙ୍କ ଅବହେଳା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗର ଅଧିକାରୀ ଉକ୍ତ ପ୍ରକଳ୍ପ ଦାୟୀତ୍ୱରେ ଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ସହ ତାଙ୍କ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।