ଗୁଜରାଟ:ଗୁଜରାଟ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ନିର୍ବାଚନ ଇସ୍ତାହାର ଘୋଷଣା ।ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣାପତ୍ର ଜାରି କରିଛନ୍ତି ।ଏହି ନିର୍ବାଚନ ଇସ୍ତହାରରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ କରିବା ସହିତ ୧୦ ଲକ୍ଷ ଚାକିରି ପ୍ରତିଶୃତି ଦେଇଛି ଦଳ । ଏହା ସହ ପ୍ରତି ଚାଷୀଙ୍କୁ ୧୦ ଘଣ୍ଟା ଲାଗି ମଗଣା ବିଦ୍ୟୁତ , ବେକାରୀ ଭତ୍ତା, ଦୁନୀତି ନିବାରଣ ଲାଗି ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠା , ମିଲିଟାରୀ ଇସ୍ତହାର ପ୍ରତିଷ୍ଠା ଲାଗି ଦିଆଯାଇଛି ପ୍ରତିଶୃତି ।
ସେହିପରି ରାଜ୍ୟବାସୀଙ୍କୁ ୫ ଶହ ଟଙ୍କାରେ ଏଲପିଜି ସିଲିଣ୍ଡର । ସେହିପରି ଦିବ୍ୟଙ୍ଗ , ବିଧବା ଓ ଗରିବ ମହିଳାଙ୍କୁ ମାସିକ ୨୦୦୦ ଟଙ୍କାର ସହାୟତା ଯୋଗାଇ ଦେବା ଭଳି ତମାମ ସୁବିଧା ଯୋଗାଇ ଦେବାକୁ ଗୁଜୁରାଟ କଂଗ୍ରେସ ପ୍ରତିଶୃତି ଦେଇଛି ।ଏହା ସହ ଶିକ୍ଷା, ସ୍ୱାସ୍ଥ୍ୟସେବା ନାରେ ହେଉଥିବା ବେପାରକୁ ବନ୍ଦ ଲାଗି ପ୍ରତିଶୃତି ଦିଆଯାଇଛି ।