ଯାଜପୁର; ନିର୍ମାଣଗତ ତ୍ରୁଟି ଯୋଗୁଁ ଭୁଶୁଡିଲା ବ୍ରିଜ୍ । NH-୧୬ ରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।୧୬ ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ୍ ନିକଟରେ ଥିବା ଏକ ପୋଲ ଭୋର ସକାଳୁ ୧୦ଫୁଟ ତଳକୁ ଖସିପଡିଛି । ଯାହା ଫଳରେ ରାଜପଥରେ ଯାତୟତ ବନ୍ଦ ରହିଛି ଓ ଅଟକି ରହିଛି ଶହ ଶହ ଗାଡି ।ଭୋର ସମୟରୁ ବ୍ରିଜ ଭୁସୁଡିଥିବାରୁ ସୌଭାଗ୍ୟବଶତଃ କିଛି ଅଘଟଣ ଘଟିନାହିଁ । ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ଟ୍ରାଫିକ୍ ବ୍ୟବସ୍ଥାକୁ ସ୍ୱାଭାବିକ କରିଥିଲା। ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଅଟକିଥିବା ଗାଡ଼ି ଗୁଡ଼ିକୁ ଡାଇଭର୍ସନ କରାଯାଇଥିଲା। ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ତେବେ ବ୍ରିଜ୍ଟି କେତେ ପୁରଣା, କେଉଁ କାରଣରୁ ସ୍ପାନ୍ ଦବିଛି ସେନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।୭୦ ବର୍ଷର ପୁରୁଣା ପୁରୁଣା ପୋଲ ସୁଦୃଢ଼ ଥିବା ବେଳେ ମାତ୍ର୧୫ ବର୍ଷ ପୁରୁଣା ପୋଲ ଭୁଶୁଡ଼ି ଯାଇଥିବା ହେତୁ ସ୍ଥାନୀୟ ଲୋକମାନେ ଠିକାଦାରକୁ ଦାୟୀ କରିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ପାଇ କୁଆଖିଆ ପୁଲିସ ରାସ୍ତାକୁ ସିଲ୍ କରିଥିବା ବେଳେ ଜମା ହୋଇଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରୁଛି।