ଉତ୍କଳ ମଣି ଗୋପବନ୍ଧୁ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ଶାଶିପଦର ପ୍ରାଥମିକ ବିଦ୍ୟାଳୟ ପରିସରକୁ ସଫେଇ କାର୍ଯ୍ୟକ୍ରମ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) : ଶାଶିପଦର ପ୍ରାଥମିକ ବିଦ୍ୟାଳୟ ପରିସରକୁ ବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି । ଏହି ସଫାଇ କାର୍ଯ୍ୟ ଉତ୍କଳ ମଣି ଗୋପବନ୍ଧୁ  ସ୍ବେଚ୍ଛାସେବୀ ସଂଗଠନର ସଭାପତି  ସୁନାଶିର ଦିଗାଲଙ୍କ ନେତୃତ୍ବରେ ପରିଚାଳନା କରାଯାଇଥିଲା । କମିଟିର ସଭାପତି ଅନନ୍ତ ମାଝିଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମରେ ସଂଗଠନ ଉପସଭାପତି ବିରୁପାକ୍ଷ କହଁର , ସମ୍ପାଦକ ସୁବ୍ରତ ବିଶୋଇ ଓ ରାଧାମୋହନ  କହଁର, କେଶବ ଦିଗାଲ ,ରାଘବ ବିନ୍ଧାଣି,ଉମାଚରଣ ଦିଗାଲ ଆଲୋକ ଦିଗାଲ, ମାୟାଧର ଦିଗାଲ ପ୍ରମୁଖ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଉତ୍କଳ ମଣି ଗୋପବନ୍ଧୁ ସ୍ବେଚ୍ଛାସେବୀ ସଂଗଠନର ଏ ଭଳି ମହାନତା କାର୍ଯ୍ୟକୁ ଦେଖି ଗାଁ ମୁଖିଆ କନ୍ଦୁ କହଁର ଓ ସ୍ଥାନୀୟ ଗ୍ରାମବାସୀ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଆଗାମୀ ଦିନରେ  ଏଭଳି କାର୍ଯ୍ୟକ୍ରମକୁ ଯାରିରଖିବା ପାଇଁ  କରିଥିଲେ। ସଂଗଠନର ସଭାପତି ସୁନାଶିର ଦିଗାଲ କହିଛନ୍ତି ଉତ୍କଳ ମଣି ଗୋପବନ୍ଧୁ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ଆଗାମୀ ଦିନରେ ଏଭଳି ସମାଜ ସେବା କାର୍ଯ୍ୟ କରାଯିବ ବୋଲି କହିଛନ୍ତି।   ଏହି ସଂଗଠନ ସମାଜ ସେବା ପାଇଁ ଗଠନ କରାଯାଥିବା କହିଛନ୍ତି। ଉତ୍କଳ ମଣି ଗୋପବନ୍ଧୁ ସେଚ୍ଛାସେବି ସଂଗଠ ର ଏଭଳି ଅଭିନବ ପ୍ରୟାସକୁ ଦେଖି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଂଗଠନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିବା ଦେଖିବାକୁ ମିଳିଛି। ଉତ୍କଳ ମଣି ଗୋପବନ୍ଧୁ ସ୍ବେଚ୍ଛାସେବୀ ସଂଗଠନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ମାନେ ସମାଜକୁ ଏକ ବାର୍ତ୍ତାକୁ ଦେଇଥିବା ଶୁଣିବାକୁ ମିଳିଛି। ”ଆସ ସମସ୍ତେ ଆମ ଏ ଅସ୍ଥାୟୀ ଜୀବନ ଭିତରେ କିଛି  ପୂନ୍ୟ କାର୍ଯ୍ୟରେ ନିଜକୁ ସାମିଲ୍ କରିବାପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରତିଶ୍ରୁତି ଦେଇଥିର ଦେଖିବାକୁ ମିଳିଛି।