ନୂଆଦିଲ୍ଲୀ : ଭାରତ ପାଇଁ ଖୁସି ଖବର । ଜହ୍ନର ନିକଟତର ହେଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରର ତୃତୀୟ କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩ । ଆଜି ଜହ୍ନର ସବୁଠୁ ନିକଟ ୧୭୪ କିଲୋମିଟର ଦୂର କକ୍ଷପଥରେ ବୁଲୁଛି ଚନ୍ଦ୍ରଯାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏନେଇ ଟୁଇଟ କରି ସୂଚନା ଦେଇଛି । ଏବେ ଚନ୍ଦ୍ରଯାନ ୧୭୪ କିଲୋମିଟରରୁ – ୧୪୩୭ କିଲୋମିଟର ଦୂର ଚନ୍ଦ୍ରର କକ୍ଷ ପକ୍ଷରେ ଘରୁଛି ।
ଟାର୍ଗେଟ ଠାରୁ ସମାନ୍ୟ ଆଗୁଆ ଚାଲୁଅଛି ଚନ୍ଦ୍ରଯାନ-୩ । ତେବେ ଏନେଇ ଇସ୍ରୋ ପକ୍ଷରୁ କୌଣସି ସୂଚନା ଦିଆଯାଇନି । ଇସ୍ରୋ ପକ୍ଷରୁ ଅଗଷ୍ଟ ୯ ତାରିଖ ଦ୍ବିପ୍ରହର ସମୟ ଗୋଟାଏ ୪୦ରେ କକ୍ଷପଥର ପରିବର୍ତ୍ତନ କରାଯାଇଥିଲା । ଚନ୍ଦ୍ରଯାନ-୩ର ଥ୍ରେଷ୍ଟର୍ସକୁ ଅନ୍ କରାଯାଇଥିଲା । ଅଗଷ୍ଟ ୫ରେ ଚନ୍ଦ୍ରଯାନ ଚନ୍ଦ୍ରର ପ୍ରଥମ କକ୍ଷପଥରେ ପହଞ୍ଚିଥିଲା । ସେହି ସମୟରେ ଚନ୍ଦ୍ରର ପ୍ରଥମ ଫଟୋ ଜାରି କରିଥିଲା । ସେହି ସମୟରେ ଚନ୍ଦ୍ରଯାନ ଚନ୍ଦ୍ର ଚାରିପଟେ ୧୯ଶହ କିଲୋମିଟର ପ୍ରତି ସେକେଣ୍ଡରେ ଗତି କରୁଥିଲା । ସେହିପରି ଅଗଷ୍ଟ ୬ରେ ଚନ୍ଦ୍ରଯାନ ଚନ୍ଦ୍ରର ଦ୍ବିତୀୟ କକ୍ଷପଥ ଓ ଅଗଷ୍ଟ ୯ରେ ତୃତୀୟ କକ୍ଷପଥରେ ଗତି କରୁଛି ।