(କଟକ): ସମ୍ବର୍ଦ୍ଧନା ସମାରୋହ ଉତ୍ସବ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁରଠାରେ କୋଲଣପୁର ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ନବ ନିର୍ବାଚିତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ବ୍ଲକ ଅଧକ୍ଷା ରୋଜି ସେଠି, ଯୁବନେତା ତଥା ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝାଙ୍କୁ ଏବଂ ଅତିଥିମାନଙ୍କ ସମେତ ସ୍ଥାନୀୟ ସରପଞ୍ଚ ,ସମିତିସଭ୍ୟ ଏବଂ ଅନ୍ୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ସମ୍ବନ୍ଧିତ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ। କୋଲଣପୁର ପଂଚାୟତ କୁ ସର୍ବାଙ୍ଗୀନ ଉନ୍ନତି କରି ନିଶ୍ଚିନ୍ତକୋଇଲି ବ୍ଲକର ଏକ ନମ୍ବର ପଂଚାୟତର ମାନ୍ୟତା ଦେବା ପାଇଁ ଆଗାମୀ ଦିନରେ ପ୍ରୟାସ ଜାରି ରହିବ ବୋଲି ଯୁବନେତା ତଥା ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଓଝା ମତ୍ତ ବ୍ୟକ୍ତ କରିଥିଲେ।