ସିବିଆଇର ତଦନ୍ତ ପରେ ଏପଟେ ନେତା ଛାନିଆ

ନିର୍ବାଚନ ସରିଛି ହେଲେ ନେତାଙ୍କ ରାଜନୀତି କମିବାର ନାମ ନେହୁ ନାହିଁ । କଲିକତାରେ ମମତା ବନାମ ସିବିଆଇ ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ଏମିତିକି ବିଜେପିରେ ଯୋଗ ଦେଇଥିବା କିଛି ଚିଠଫଣ୍ଡ ଦୁର୍ନୀତି କାରୀଙ୍କୁ ବିଜେପି ଘଣ୍ଟ ଘୋଡାଉ ଥିବାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଏମିତି ହାଇ ପ୍ରୋଫାଇଲ ଡ୍ରାମା ଦେଖିବାକୁ ମିଳିଛି ।

ଗୋଟେ ପଟେ ମହାମାରୀ କରୋନା ଦେଶ ଓ ରାଜ୍ୟର ଛବିକୁ ଦୋହଲାଇ ଦେଉ ଥିବା ବେଲେ ରାଜନେତାଙ୍କୁ ତାହା କୌଣସି ଫରକ ପଡୁ ନାହିଁ କହିଲେ ଭୁଲ ହେବ ନାହିଁ । ହଜାର ହଜାର ଲୋକେ ପ୍ରତେକ ଦିନ କରୋନା ଜନିତ ମୃତ୍ୟୁ ହେଉଛନ୍ତି । ହେଲେ ଏପଟେ ନେତାଙ୍କୁ ଘାରିଛି ରାଜନୀତି ଚିନ୍ତା । ନିଜ ଦଳ ଓ ନେତାଙ୍କୁ ଆଗରେ ରଖିବା ପାଇଁ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ଫିଙ୍ଘି ରାଜନୀତି । ଯାହାକୁ ନେଇ ରାଜନେତାଙ୍କ ମହଲରେ ତୀବ୍ର ସମାଲୋଚନା ସୁଷ୍ଟି କରିଛି ।

ଏପଟେ ସିବିଆଇର ଏଭଳି ଅଧିନିଆ ଛଡାଉକୁ ନେଇ ରାଜ୍ୟ ବିଜେଡି ମଧ୍ୟରେ ଦେଖା ଦେଇଛି ରାଜନୀତି । କଲିକତାରେ ଟିଏମ୍ସି ନେତାଙ୍କ ଉପରେ ରାତି ଅଧିଆ ଆକ୍ସନକୁ ନେଇ କିଛି ବିଜେଡି ନେତା ଭୟରେ ଥିବା ଚର୍ଚ୍ଚା ହେବାରେ ଲାଗିଛି । ଏମିତିକି କିଛି ନେତା କହିଛନ୍ତି କେନ୍ଦ୍ର ରିମୋଟରେ ଏବେ ସିବିଆଇ କାମ କରୁଛି ।

ରାଜନୀତି ପାଇଁ ରାଜ୍ୟରେ ଏହା ଖଳ କରିପାରେ ବିଜେପି ବୋଲି କିଛି ବୁଦ୍ଧି ଯିବି କହିଛନ୍ତି । ହେଲେ ଏହା ମଧ୍ୟ କହିଛନ୍ତି କଲିକତାରେ ମୁଖ୍ୟମନ୍ତ୍ରୀ ନିଜେ ଏହାର ମୁକାବିଲା କରୁଛନ୍ତି । ହେଲେ ଆମ ରାଜ୍ୟରେ ଯଦି ସିବିଆଇ ଏଭଳି ସମୟରେ କୌଣସି କଯ୍ୟକାରୀ କରେ ତେବେ ବିଜେଡି ନତାଙ୍କୁ ଭାରି ପଡିବ ।

ତେବେ ପ୍ରଶ୍ନ ଉଠୁଛି କଣ ସତରେ ରାଜ୍ୟରେ ଏଭଳି ସିବିଆଇ ତଦନ୍ତ ନିର୍ଦ୍ଦେଶ ଆସିବ । ଯାହାର ଫାଇଦା ନେବ ରାଜ୍ୟ ବିଜେପି । ତେବେ ଏଭଳି ରାଜନୀତି ଖେଳ କେବେ ହେବ ତାହା ଦେଖିବାକୁ ବାକି ରହିଲା ।