ଗୋରୁ ବୋଝେଇ ପିକଅପ ଜବତ ଦୁଇ ଅଭିଯୁକ୍ତ ଗିରଫ…

ଗୋରୁ ବୋଝେଇ ପିକଅପ ଜବତ ଦୁଇ ଅଭିଯୁକ୍ତ ଗିରଫ | ଆଜି ମଧ୍ୟାହ୍ନରେ ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧୀନ ଗୌଡ଼ ଗୋଠ ଗାଁରୁ ମୋହନାର ସାପ୍ତାହିକ ଗୋରୁ ହାଟକୁ ୧୦ଟି ଗୋରୁ ଓ ଗୋଟିଏ ଗାଈ ଏକ ବୋଲେରୋ ପିକଅପ ଓଡ଼ି୩୨ଜେ୩୫୨୧ଯୋଗେ ବିକ୍ରୀ ଉଦ୍ଦେଶ୍ୟରେ ଆସୁଥିବାବେଳେ ଗାଡ଼ିକୁ ଅଟକାଇବାକୁ ଚ଼େଷ୍ଟା କରୁଥିବା ବେଳେ ଚାଳକ ପୁଲିସକୁ ଦେଖି ଗାଡିକୁ  କ୍ଷିପ୍ର ଗତିରେ ନେଇ ଯିବା ଦେଖି ପୁଲିସର ସନ୍ଦେହ ବଢ଼ିଥିଲା।

ଗାଡ଼ିକୁ ପିଛା କରି ପୁଲିସ ସ୍ଥାନୀୟ ପଞ୍ଚାୟତ ଅଧିନ ରଙ୍ଗମାଟିଆ ସାହିଠାରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡ଼ି ଡ଼ାଲାରେ ୧୦ ଗୋଟି ଗୋରୁ ଓ ଗୋଟିଏ ଗାଈ ଅତି ଅମାନୁଷିକ ଭାବେ ରଖାଯାଇଥିବା ଦେଖିଥିଲା । ଗାଡ଼ି ଚାଳକ ଓ ଗୋରୁ ମାଲିକ କୌଣସି କାଗଜପତ୍ର ପୁଲିସକୁ ଦେଖାଇ ପାରିନଥିଲେ। ଯାହାଫଳରେ ପୁଲିସ ମାମଲା ରୁଜ୍ଜ କରି ଗାଡିକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗାଈ ଓ ଗୋରୁମାନଙ୍କୁ ଗଞ୍ଜାମ ଜିଲ୍ଲାର ମଳାଭଞ୍ଜାଠାରେ ରହିଥିବା ଗୋଶାଳାରେ ଛାଡ଼ି ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଗ୍ରାମର ଜଗା ନାୟକ(୨୮) ଓ ଦଇସିଂ ଗାଁର ପପୁ ନାୟକ(୩୦) । ଏହି ମାମଲାର ତଦନ୍ତ କରୁଛନ୍ତି ଥାନା ସବଇନିସପେକ୍ଟର ଶ୍ରୀରାଜ କୁମାର ପାଢ଼ୀ ।