ଉଦଘାଟନ ପୂର୍ବରୁ ବିହାରରେ ଭୁଷୁଡ଼ିଲା ବ୍ରିଜ୍

ବ୍ୟୁରୋ: ଗତ ଶୁକ୍ରବାର ବାଲେଶ୍ୱର ବାହାନଗାରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଟ୍ରାଜେଡି ପରେ ଲୋକ ଏବେବି ଭୟରେ ଥିବା ବେଳେ ପୁଣି ଏକ ବ୍ରିଜ୍ ଭୁଷୁଡିବା ଘଟଣା ସାମନାକୁ ଆସିଛି । ବିହାରରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଇଥିବା ୪ ଲେନ ବିଶିଷ୍ଟ ନିର୍ମାଣଧୀନ ବ୍ରିଜ ଭୁଷୁଡି ପଡିଛି । ଯାହାର ଭିଡିଓର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ରିଜର ୪ରୁ ୫ ଟି ଖୁଣ୍ଟ ଭୁଷୁଡି ପଡିଛି । ଏହି ବ୍ରିଜ୍ ଖୁବ୍ ଶୀଘ୍ର ଉଦଘାଟନ ହେବାର ଥିଲା । ଏହା ପୂର୍ବରୁ ବ୍ରିଜ୍ ଭୁଷୁଡି ପଡିଥିବାରୁ ବହୁ ଜୀବନ ବଞ୍ଚିଯାଇଛି । ଏହି ଘଟଣା ପରେ ବିହାର ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାର ଶିଳାନ୍ୟାସ କରିଥିଲେ । ତେବେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତେବେ କାହିଁକି ଲୋକଙ୍କ ଜୀବନକୁ ନେଇ ଏଭଳି ଖାମଖିଆଲି ଓ ହେଜ୍ଞାନ କରାଯାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।