(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ): କୁଜଙ୍ଗ ଅଞ୍ଚଳର ଜଣାଶୁଣା ସାହିତ୍ୟ ଅନୁଷ୍ଠାନ ପ୍ରିୟବନ୍ଧୁ ସାହିତ୍ୟ ସଂସ୍କୃତି ସେବା ସଦନ ପକ୍ଷରୁ ପୁସ୍ତକ ଲୋକାର୍ପଣ ଓ ପ୍ରତିଭା ସମ୍ବର୍ଦ୍ଧିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୁଜଙ୍ଗ ସୂଚନା ଭବନ ଠାରେ ଅନୁଷ୍ଠିତ ଏହି ଉତ୍ସବ ରେ ପ୍ରଥମେ କବିତା ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟସ୍ତରୀୟ ବହୁ କବି ଯୋଗଦେଇ କବିତା ଆବୃତ୍ତି କରିଥିଲେ। ଅପରାହ୍ନ ରେ ପୁସ୍ତକ ଲୋକାର୍ପଣ କାର୍ୟ୍ୟକ୍ରମ କରାଯାଇଥିଲା। ପ୍ରିୟବନ୍ଧୁ ସାହିତ୍ୟ ସଂସ୍କୃତି ସଂଦନର ସଭାପତି ରଘୁନାଥ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର , ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ପ୍ରଫେସର ରଜତ କୁମାର କର ସମ୍ମାନିତ ଅତିଥି ଭାବେ “ପରଦା” ପତ୍ରିକା ର ସମ୍ପାଦକ ସରୋଜ କୁମାର ପଟ୍ଟନାୟକ, କବି ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନ ର ନିର୍ଦ୍ଦେଶକ ଡ଼ ଭାଗ୍ୟଲିପି ମଲ୍ଲ , ସାହିତ୍ୟିକ ଜୀବନାନନ୍ଦ ଅଧିକାରୀ ପ୍ରମୁଖ ଯୋଗଦେଇ ପୁସ୍ତକ ଉପରେ ଆଲୋକପାତ କରିଥିଲେ। ନାଟ୍ୟକାର ରଘୁନାଥ ସାହୁ ଙ୍କ ଦ୍ଵାରା ରଚିତ ନାଟକ ” ଓ “ଓହଳମାନେ ” ପୁସ୍ତକ ଓ ବିଶିଷ୍ଟ କବି ପିତାମ୍ବର ତରାଇ ଙ୍କ ଦ୍ଵାରା ଲିଖିତ କବିତା ସଙ୍କଳନ ମା’ ପାଟିଖୋଲ ପୁସ୍ତକ କୁ ଲୋକାର୍ପଣ କରିଥିଲେ। ପରେ ବିଶିଷ୍ଟ ପରିବେଶବିତ ଇଂ ଅମରେଶ ନରେଶ ସାମନ୍ତ, କବି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ବେହେରା ଓ ନାଟ୍ୟକାର ଫକିର ସିଂହ ଙ୍କୁ ପ୍ରିୟବନ୍ଧୁ ଉତ୍କଳ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।