ଭୁବନେଶ୍ୱର: ବିଜେପି ରୁ ଇସ୍ତଫା ଦେଲେ ଓଲିଉଡ ଅଭିନେତ୍ରୀ ସ୍ୱାତୀ ସାମଲ ଓରଫ ଜିନା । ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିଲେ ମଧ୍ୟ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳ ଛାଡିଛନ୍ତି ଜିନା । ଦଳ ପାଇଁ ଝାଳ ବୁହାଇ କାର୍ୟ୍ୟ କରିଥିଲେ ମଧ୍ୟ ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇପାରିନଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଜିନା । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ଜିନା ।