(ରିପୋର୍ଟସଟୁଡ଼େ)ବାଲେଶ୍ୱର:ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର । ବାଲେଶ୍ୱର ସୁନହଟ ହସ୍ପିଟାଲ୍ ପରିସରରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ହସ୍ପିଟାଲ୍ରେ ଉତ୍ତେଜନା ଦେଖାଦେଇଛି।
ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସୁନହଟରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଚାନ୍ଦିପୁର ଡିଆରଡିଓ ରାସ୍ତାରେ ଗମନାଗମନ ଠପ୍ ହୋଇ ଯାଇଛି।