ଏକ ଘରୋଇ ଫାର୍ମ ହାଉସ ନିକଟରେ ଥିବା ଲିମ୍ବ ଗଛରୁ ମିଳିଛି ଝୁଲନ୍ତା ଶବ

ଚାନ୍ଦପୁର-: ଚାନ୍ଦପୁର ଅଞ୍ଚଳରେ ଘଟିଛି ଅଘଟଣ । ଏକ ଘରୋଇ ଫାର୍ମ ହାଉସ ନିକଟରେ ଥିବା ଲିମ୍ବ ଗଛରୁ ମିଳିଛି ଝୁଲନ୍ତା ଶବ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଚାନ୍ଦପୁର ଥାନା ପଟିଆ ଗ୍ରାମର ୫୮ ବର୍ଷୀୟ ବିଜୟ ପରିଡା । ବିଜୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ ବିବରଣୀ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।