ଆରଟିଓରେ ଗହଳି ନ କରିବାକୁ ପରାମର୍ଶ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ବଢିଚାଲିଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ ଭୁବନେଶ୍ବର ଆରଟିଓ ଅଫିସରେ ଲୋକେ ଭିଡ ନ କରିବାକୁ କୁହାଯାଇଛି । ଗାଡି ସମ୍ପର୍କିତ କାଗଜପତ୍ର ପାଇଁ ଅଫିସକୁ ନ ଯାଇ ଅନଲାଇନରେ ଆବେଦନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ସାରଥୀ ୱେବ୍ ପୋର୍ଟାଲ୍ ଙ୍ଗଙ୍ଗଙ୍ଗ.କ୍ଟ୍ରବକ୍ସସଙ୍ଖବଷବଦ୍ଭ.ଶକ୍ଟଙ୍ଖ.ସଦ୍ଭରେ ଆବେଦନ କରିବାକୁ କୁହାଯାଇଛି । ସେହିପରି ଡ୍ରାଇଭିଂ ଲାଇଲେନ୍ସ ନବୀକରଣ, ଡ୍ରାଇଭିଂ ଲାଇସେନ୍ସରେ ନାମ ଓ ଠିକଣା ପରିବର୍ତ୍ତନ ଆଦି କାମ ପାଇଁ ଅଫିସ ଆସି ଗହଳି ନକରିବାକୁ କୁହାଯାଇଛି ।