ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକରେ ବ୍ଲକ ସ୍ତରିୟ ବାଲ ବୈଜ୍ଞାନିକ ମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠି ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣିଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକରେ ଥିବା ସମସ୍ଥ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ଶତାଧିକ କୁନି ବୈଜ୍ଞାନିକ ମାନେ ଅନେକ ନିଜ ନିଜର ବିଜ୍ଞାନ, ପରିବେଶ, କୃଷି, ସ୍ବାସ୍ଥ୍ୟ ଇତ୍ୟାଦି ସମନ୍ଦୟ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେହି ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ପ୍ରକଳ୍ପକୁ ଚୟନ କରି ପୁରଷ୍କୃତ କରିବା ସହ ଜିଲ୍ଲା ସ୍ତରିୟ ନିମନ୍ତେ ମନନିତ କରାଗଲା।ପୁରସ୍କୃତ ହୋଇଥିବା ଛାତ୍ର ଛାତ୍ରୀ ହେଲେ ସ୍ବାସ୍ଥ୍ୟରେ ଦିପାଞ୍ଜଳି ଦେହୁରି,କୃଷିରେ ସୁଭଶ୍ରୀ ସେଠି, ଗଣିତ୍ମକ ଭାବନାରେ ସାଗରୀକା କହଁର,ଯୋଗାଯୋଗ ଏବଂ ଗମନରେ ସୋହନ ଦାଶ,ପରିବେଶକ ଜୀବନ ଶୈଳିରେ ରଞ୍ଜନ ଖୁଣ୍ଟିଆ ସମୂହ। ଷରିଶେଷରେ ଏକ ଉଜାପନି ଉତ୍ସବ ଗୋଷ୍ଠି ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢି ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମଞ୍ଚାସିନ ଅତିଥି ହେଲେ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଦିପ୍ତ ନାୟକ,ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମଦର ସାହୁ ଏବଂ ବିଚାରକ ଭାବେ ସବିତା ସାହୁ,ଅମିତ କୁମାର ତ୍ରିପାଠୀ ଯୋଗଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଏବଂ ଉପଢୋକନ ପ୍ରଦାନ କରାଗଲା।ଏହି ପ୍ରଦର୍ଶନି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ଥ ଶିକ୍ଷକ ଶିକ୍ଷତ୍ରୀ,ସିଆରସିସି ଏବଂ ଅନ୍ୟାନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷତ୍ରୀ ବୃନ୍ଦ।