ମୟୁରଭଞ୍ଜ ଜିଲ୍ଲା ଚାରି ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି BJP

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ  : ରାଇରଙ୍ଗପୁର  ଭାରତୀୟ ଜନତା ପାର୍ଟି ପୁଣି ଓଡ଼ିଶାର ୨୧ ଆସନ ରେ ବିଧାନ ସଭା ପ୍ରାର୍ଥୀ ଘୋଷଣା କରିଛି। ସେଥି ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ବିଧାନ ସଭା ପ୍ରାର୍ଥୀଙ୍କର ନାଁ ଘୋଷଣା କରିଛି ବିଜେପି। ଏହି ଚାରଟି ନିର୍ବାଚନ ମଣ୍ଡଳୀ ହେଲା ରାଇରଙ୍ଗପୁର, କରଞ୍ଜିଆ, ସାରସକଣl ଓ ବାଙ୍ଗିରିପୋଷି। ଏହି ଚାରଟି ନିର୍ବାଚନ ମଣ୍ଡଳୀରେ ବିଜେପି ଦୁଇଟି ଆସନ ରେ ବିଜୟ ଲାଭ କରିଥିବା ବେଳେଅନ୍ୟ ଦୁଇଟି ଆସନ ରେ ବିଜେଡି ବିଜୟ ଲାଭ କରିଥିଲା। ଏଥର ବିଜେପି ଚାର ଟି ଯାକ ଆସନ ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ। ସେ ପଟେ ବିଜେଡି ମଧ୍ୟ କିଭଳି ଚାର ଟି ଆସନ ରେ ବିଜୟ ଲାଭ କରିବ ସେଥିପାଇଁ ସିଏ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ଆଜି ଭାରତୀୟ ଜନତା ପାର୍ଟି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଯୋଲେନ ବାରଦା, କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ପଦ୍ମଚରଣ ହାଇବୁରୁ, ସାରସକଣl ନିର୍ବାଚନ ମଣ୍ଡଳୀ ପାଇଁ ଭାଦବ ହାଁସଦା, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ସଞ୍ଜଳି ମୁର୍ମୁ କର ନାମ ଘୋଷଣା କରାଯାଇଛି। ଏ ନେଇ ମୟୂରଭଞ୍ଜ ଜିଲ୍ଲାର ବିଜେପି କର୍ମୀ ମାନଙ୍କ ମଧ୍ୟରେ ଖୁସିର ମହଲ ଦେଖିବାକୁ ମିଳିଛି। ସମସ୍ତ ପ୍ରାର୍ଥୀ ବହୁତ ଉତ୍ସାହିତ ଥିବା ବେଳେ ଜିତିଲେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ କାମ କରିବେ ବୋଲି କହିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରୀୟ ନେତା ଓ ରାଜ୍ୟ ର ନେତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମସ୍ତ ପ୍ରାର୍ଥୀ। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ବିଧାନ ସଭା ପ୍ରାର୍ଥୀ ଭାବେ ଯୋଲେନ ବାରଦା ରାଇରଙ୍ଗପୁର ଉପଖଣ୍ଡରେ ଜଣେ ଜଣାଶୁଣା ପରିଚିତ ଚେହେରା।ରାଇରଙ୍ଗପୁର ଉପଖଣ୍ଡର ଜଣେ ହୋ ଜାତିର ସ୍ୱାଭିମାନ ନେତା ଭାବରେ ବେଶ ପରିଚିତ ଯୋଲେନ ବାରଦା। ତାଙ୍କ ଘର ହେଉଛି ତିରିଂ ବ୍ଲକ ଅନ୍ତର୍ଗତ ସାନସାଦମ ଗ୍ରାମରେ। ତେବେ ସେ ତୀରିଂ ୨୦ନମ୍ବର ଜନ ଜିଲ୍ଲା ପରିଷଦ ସଭ୍ୟ ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ। ସେ ୨୦୦୦ମସିହାରୁ ୨୦୧୨ ପର୍ଯ୍ୟନ୍ତ ବିଜେପି ର ଜଣେ ସକ୍ରୀୟ ରାଜନୀତି ରେ କାର୍ଯ୍ୟ କରୁଥିବା ବେଳେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ବିଜେପି ରୁ ୨୦ନମ୍ବର ଜନ ଜିଲ୍ଲା ପରିଷଦ ରେ ବିଜୟ ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡି ଦଳ ରେ ଯଗ ଦେଇ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପୁଣି ଥରେ ତିରିଙ୍ଗ ୨୦ନମ୍ବର ଜନ ଜିଲ୍ଲା ପରିଷଦ ନିର୍ବାଚନ ରେ ବିଜୟୀ ହୋଇଥିଲେ। ତେବେ ଏଇ ୬ମାସ ପୂର୍ବରୁ ସେ ବିଜେଡି ଦଳରୁ ପୁଣି ବିଜେପି କୁ ଫେରି ଆସିଥିଲେ।