ବିଧାନସଭା ନିର୍ବାଚନ ପାଇଁ ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି ବିଜେପି
BJP has given ticket to Jadeja's wife for assembly elections
ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଗଣା ହେଉଛି ଦିନ । ଏହାରି ଭିତରେ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟରେ ୧୬୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ବିଜେପି ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି । ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଜାମନଗରରୁ ପ୍ରାର୍ଥୀ କରିଛି ବିଜେପି ।
ସେହିପରି କଂଗ୍ରେସ ଛାଡି ବିଜେପିରେ ମିଶିଥିବା ହାର୍ଦ୍ଦିକ ପଟେଲଙ୍କୁ ବୀରାମଗ୍ରାମରୁ ପ୍ରାର୍ଥୀ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡିଆ ନିର୍ବାଚନ ମଣ୍ଡଳୀକୁ ଲଢିବେ ।ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ୨୦୧୯ରେ ବିଜେପିରେ ମିଶିଥିଲେ । ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜାଡେଜାଙ୍କ ପତ୍ନୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ଜାମନଗର ଉତ୍ତରୁ ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଟିକେଟ ଦେଇଛି ବିଜେପି । ସେହିପରି ହାତ ଛାଡି ପଦ୍ମ ଶିବିରରେ ସାମିଲ ହୋଇଥିବା ହାର୍ଦ୍ଦିକ ପଟେଲଙ୍କୁ ବୀରାମଗ୍ରାମରୁ ପ୍ରାର୍ଥୀ କରିଛି ଗୁଜୁରାଟରେ କ୍ଷମତାରେ ଥିବା ବିଜେପି ।