୨୫ ବର୍ଷ ଧରି ସେବାର ସୁଯୋଗ ଦେଇଥିବାରୁ ମାଆ ମାନଙ୍କୁ ଶ୍ରେୟ ଦେଉଛି ବିଜେଡ଼ି :ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର: ମହିଳା ଭୋଟର ସବୁବେଳେ ନିର୍ଣ୍ଣାୟକ ଭୂମିକା ନେଉଛନ୍ତି । ପଦମପୁର ଉପନିର୍ବାଚନ ତାହାର ଉଦାହରଣ । ବର୍ଷା ସିଂ ବରିହାଙ୍କର ବିଜୟ ହେଲା । ମହିଳା ମାନଙ୍କ ସମର୍ଥନ ରହିଛି । ମହିଳା ଭୋଟ ଓଡିଶାରେ ନିର୍ଣ୍ଣାୟକ ଭୂମିକା ନେଉଛନ୍ତି ବୋଲି କହିଛନ୍ତି ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ତେବେ ସେ ଏହା ମଧ୍ୟ କହିଛନ୍ତି ବିଜେଡ଼ି ସହ ମହିଳା ମାନେ ସବୁବେଳେ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଛନ୍ତି । ୨୫ ବର୍ଷ ଧରି ସେବାର ସୁଯୋଗ ଦେଇଥିବାରୁ ମାଆ ମାନଙ୍କୁ ଶ୍ରେୟ ଦେଉଛି ବିଜେଡ଼ି । ମୁଖ୍ୟମନ୍ତ୍ରୀ ସେଥିପାଇଁ ମହିଳାଙ୍କ ଉପରେ ଆଶା ଭରଷା ରଖିଛନ୍ତି । ଏବଂ ମହିଳା ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଭରଷା ରଖିଲେ । ମହିଳା ମାନେ ଆହୁରି ଆଶୀର୍ବାଦ କରନ୍ତୁ ଯେମିତି ଆହୁରି ସେବା କରିବୁ । ଏହି କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । ମହିଳା ମାନଙ୍କ ପାଇଁ ଏହା ଗର୍ବ ଏବଂ ଗୌରବର କଥା ।

-କାହା ନେତୃତ୍ୱରେ ୧୦୦ ବର୍ଷ ଯାଏଁ ଟାର୍ଗେଟ ରଖିଛି ବିଜେଡ଼ି ?
ମୁଖ୍ୟମନ୍ତ୍ରୀ ଆମ ସହ ଏବେ ଅଛନ୍ତି । ତାଙ୍କ ଆଶୀର୍ବାଦ ରହିଛି । ବିଶ୍ୱାସ ଅଛି ଦଳ ସେହି ଆଦର୍ଶକୁ ନେଇ ଆଗକୁ ଯିବ ଏବଂ ଲୋକଙ୍କ ସେବା କରିବ ।

-୧୦୦ ବର୍ଷ ପର୍ଯ୍ୟନ୍ତ କେମିତି ଶାସନରେ ରହିବ ବିଜେଡ଼ି ?
ଓଡିଶାର ସର୍ବାଙ୍ଗୀନ ବିକାଶ ମୁଖ୍ୟମନ୍ତ୍ରୀ କରୁଛନ୍ତି । ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ, ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା, କୃଷକ ମାନଙ୍କର ଉନ୍ନତି, ଭିତ୍ତିଭୂମିର ବିକାଶ, କ୍ରୀଡ଼ା କ୍ଷେତ୍ରରେ ଓଡିଶା ବିଶ୍ୱରେ ଇତିହାସ ସୃଷ୍ଟି କରିଛି । ସବୁବେଳେ ଲୋକଙ୍କ ସହ ରହି ଗରିବ, ଅବହେଳିତଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କାମ କରିଛନ୍ତି ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।