ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତାରେ ବିଷମକଟକ ଚମ୍ପିୟାନ : ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା କଲେ ପ୍ରତିଯୋଗୀ
ବିଷମକଟକ(ରବିନ୍ଦ୍ର କୁମାର ସାହୁ):ରାୟଗଡା ଜିଲ୍ଲା ସ୍ଥାନୀୟ ଜିସିଡି ଖେଳ ପଡିଆ ଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଜନଜାତି କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I ଏହି ଅବସରରେ ପ୍ରତିଯୋଗିତାରେ ଭାଗ ନେଇଥିବା ବିଷମକଟକ ବ୍ଲକର ଭଲିବଲ ଖେଳାଳିମାନେ , ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ଏବଂ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଶୁଭପ୍ରଦା ଶାସ୍ମଲଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I
ତିନ ଦିନ ଧରି ଚାଲି ଥିବା ଏହି ପ୍ରତିଯୋଗିତା ରେ ଜିଲ୍ଲା ର ସମସ୍ତ ବ୍ଲକ ର କୃତି ଖେଳାଳି ଏଠାରେ ଭାଗ ନେଇ ନିଜ ନିଜ ବ୍ଲକ ଗୁଡିକୁ ଜିଲ୍ଲା ସ୍ତରରେ ପ୍ରତିନିଧିତ୍ୱ କରିଥିଲେ I ଯେଉଁଥିରେ ବିଷମକଟକ ବ୍ଲକ ର ଭୋଲି ବଲ ଦଳ ନିଜ ବର୍ଗ ରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ବିଜୟୀ ଲାଭ କରିଥିବା ଜଣାପଡିଛି I ବିଷମକଟକ ବ୍ଲକ ଟି ତାର ଭୋଲି ବଲ ଦଳ ପାଇଁ ଅନ୍ତିମ ଦିବସରେ ପଦ୍ମପୁର ଦଳ କୁ ରେ ପରାସ୍ତ କରି ଫାଇନାଲ ମ୍ୟାଚ ରେ ବିଜୟ ହାସଲ କରିଥିଲା I
ଉଦଜାପାନୀ ସମାରୋହରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧକ୍ଷା ସରସ୍ୱତୀ ମାଝୀ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ସହ ପନ୍ଦର ହଜାର ପୁରସ୍କାର ରାଶି ପ୍ରଦାନ କରିବା ସହ ବିଭିନ୍ନ ବ୍ଲକରୁ ଆସିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେI
ଏହି ଅବସରରେ ବିଜୟୀ ବିଷମକଟକ ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଏଭଳି ପ୍ରତିଯୋଗିତା ଆୟୋଜନ କରିବା ଓ ଜନଜାତି ବର୍ଗ ର ଲୁକାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣିବା ଦିଗରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ପରିକଳ୍ପନା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ I