(ମାଲକାନାଗିରି / ସୂର୍ଯ୍ୟକାନ୍ତ ବେହେରା ) : ମାଲକାନଗିରି ଜିଲ୍ଲାରେ ସକ୍ରିୟ ଥିବା ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ଏ ଘଟଣାରେ ଜଡିତ ଦୁଇ ମୁଖ୍ୟ ଅଭିଯୁକ୍ତ ଫୁଲଧର ଖିଲ ଓ ଦାମଦାର ହନ୍ତାଳକୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଗିରଫ କରିଛି। ଏହା ସହ ସେମାନଙ୍କ ଠାରୁ ୧୦ ଟି ଚୋରା ବାଇକ କରିଛି। ଏହା ସହ ସେମାନଙ୍କ ଠାରୁ ୧୦ ଟି ଚୋରା ବାଇକ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବା ସହ, ଏହି ରାକେଟରେ ସାମିଲ ଥିବା ଅନ୍ୟ ଲୋକଙ୍କୁ ପୋଲିସ ଖୋଜୁଥିବା ମାଲକାନଗିରି ଏସପି କହିଛନ୍ତି।