ଟେଣ୍ଟରେ ନିଆଁ ଲାଗି ଯବାନ ସହିଦ

ଶ୍ରୀନଗର: ଶ୍ରୀନଗରରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ଲାସିୟରରେ ଏକ ସୈନ୍ୟ ବଙ୍କର୍ରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଜଣେ ସେନା ଅଧିକାରୀ ସହିଦ ହୋଇଥିବା ବେଳେ ୬ ଜଣ ଯବାନ ଆହତ ହୋଇଛନ୍ତି। ତେବେ ଆହତମାନଙ୍କ ମଧ୍ୟରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଛନ୍ତି।ଆହତମାନଙ୍କୁ ସିୟାଚିନ୍ ଗ୍ଲାସିୟରରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଘଟିଥିବା ସୂଚନା ରହିଛି।

ସୂଚନା ମୁତାବକ, ସିୟାଚିନ୍ ସେଣ୍ଟ୍ରାଲ୍ ଗ୍ଲାସିୟରରେ ଥିବା ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର ବଙ୍କର୍ (ଟେଣ୍ଟ)ରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ କ୍ୟାପଟେନ୍ ପଦବୀର ଜଣେ ଡାକ୍ତରୀ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ ଆହତ ଯବାନମାନଙ୍କୁ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।