ଭୁବନେଶ୍ୱର:ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ ସ୍ଥାନାନ୍ତର ହେବ । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍ସେଲ୍ ମାର୍କେଟ ସ୍ଥାନାନ୍ତର କରାଯିବ। ନେଇ ସୂଚନା ମିଳିଛି । ଏଥିପାଇଁ ଭଗବାନପୁରରେ ଚିହ୍ନଟ ୧୦ ଏକର ଜମିମଧ୍ୟ ଚିହ୍ନଟ ହୋଇଛି। ସେଠାରେ ପରିବା ହୋଲ୍ସେଲ୍ ମାର୍କେଟ ଲାଗି ଶୀତଳଭଣ୍ଡାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଥିବାରୁ ଏହାକୁ ସ୍ଥାନାନ୍ତର କରାଯିବାକୁ BMC ନିଷ୍ପତ୍ତି ନେଇଛି। ଏହାସହ ସହର ଭିତରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ମଧ୍ୟ ଦୂର ହେବ। ସୂଚନା ଯୋଗ୍ୟ ଯେ ଏଥିପାଇଁ ଆଜି ବିଏମସି ଅଫିସ୍ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ୟୁନିଟ-୧ ପରିବା ମାର୍କେଟକୁ ସ୍ଥାନାନ୍ତର ନେଇ ବିଏମ୍ସିର ନିଷ୍ପତ୍ତିକୁ ପରିବା ବ୍ୟବସାୟୀ ମହାସଂଘ ସ୍ୱାଗତ କରିଛନ୍ତି।