ସାଇବର୍ କ୍ରାଇମ ଥାନାରେ ଚଳିତ ବର୍ଷ ଫେବୃଆରୀ ମାସରୁ ନଭେମ୍ବର ମାସ ମଧ୍ୟରେ ୫୩ଟି ବିଭିନ୍ନ ଠକେଇ ଓ ଅପରାଧିକ ଜନିତ ମାମଲା ରୁଜୁ

ଭୁବନେଶ୍ୱର :ଭୁବନେଶ୍ୱର ସହରାଞ୍ଚଳ ପୁଲିସର ସାଇବର୍ କ୍ରାଇମ ଥାନାରେ ଚଳିତ ବର୍ଷ ଫେବୃଆରୀ ମାସରୁ ନଭେମ୍ବର ମାସ ମଧ୍ୟରେ ସମୁଦାୟ ୫୩ଟି ବିଭିନ୍ନ ଠକେଇ ଓ ଅପରାଧିକ ଜନିତ ମାମଲା ରୁଜୁ କରାଯାଇଥିଲା । ସେଥିମଧ୍ୟରୁ ୩୩ଟି ଆର୍ଥିକ ଠକେଇ ମାମଲା, ୧୧ଟି ସୋସିଆଲ୍ ମିଡିଆ ମାମଲା, ୩ଟି ଠକେଇ ମାମଲା, ୧ଟି ଜମିବାଡ଼ି ଠକେଇ ମାମଲା, ୨ଟି ଚାକିରି ଯୋଗାଇଦେବା ଠକେଇ ମାମଲା, ଗୋଟିଏ ଇନଷ୍ଟାଗ୍ରାମ ସମ୍ବଧ୍ୟୀୟ ମାମଲା, ଗୋଟିଏ ତଥ୍ୟ ଚୋରୀ ମାମଲା ଏବଂ ଗୋଟିଏ ଫୋନରେ ଧମକ ଦେବା ମାମଲା ରୁଜୁ କରାଯାଇଥିଲା ।

ଏଥିମଧ୍ୟରୁ ସାଇବର ଥାନା ପୁଲିସ ଆର୍ଥିକ ଠକେଇ ମାମଲାରେ ୨୬ଜଣ ଅଭିଯୁକ୍ତ, ସୋସିଆଲ୍ ମିଡିଆ ମାମଲାରେ ୭ ଜଣ ଅଭିଯୁକ୍ତ, ଠକେଇ ମାମଲାରେ ୨ଜଣ ଅଭିଯୁକ୍ତ, ଚାକିରି ଯୋଗାଇଦେବା ଠକେଇ ମାମଲାରେ ୪ଜଣ ଅଭିଯୁକ୍ତ, ଇନଷ୍ଟାଗ୍ରାମ ସମ୍ବଧ୍ୟୀୟ ମାମଲାରେ ଜଣେ ଏବଂ ତଥ୍ୟ ଚୋରୀ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସ୍ଥଳେ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା l

ସେହିପରି ସାଇବର ଥାନା ପୁଲିସ ଚଳିତ ବର୍ଷ ସମୁଦାୟ ଠକେଇ ମାମଲାରେ ମୋଟ ୧୨,୬୫,୫୩୧/-ଟଙ୍କା ଉଦ୍ଧାର କରିପାରିଛନ୍ତି । ଭୁବନେଶ୍ୱର ସହରାଞ୍ଚଳ ପୁଲିସର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଚଳିତ ୨୦୨୨ମସିହା ଜାନୁୟାରୀ ମାସରୁ ଡିସେମ୍ବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୮୧୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୩୨୪୬ଟି ଟଙ୍କା ଠକେଇ ଜନିତ ଅଭିଯୋଗ ହୋଇଥିବା ବେଳେ ମୋଟ ୫୬୫ଟି ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ଜନିତ ଠକେଇ ଅଭିଯୋଗ ଏହି ସାଇବର କ୍ରାଇମ ହେଲ୍ପଡ଼େସ୍କ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ମୋଟ ୧,୨୩,୦୨,୮୦୪/-ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୧,୪୬,୦୨,୩୧୯/-ଟଙ୍କାକୁ ବ୍ଲକ/ଫ୍ରିଜ କରାଯାଇ ପାରିଛି । ଏହିପରି ଭାବେ ମୋଟ ୨,୬୯,୦୫,୧୨୩ଟଙ୍କା ସାଇବର ଠକଙ୍କ କବଜାକୁ ଯିବା ପୂର୍ବରୁ ସୁରକ୍ଷିତ କରାଯାଇପାରିଛି ।