କଳାହାଣ୍ଡି / ଗୋଲାପ ସାହୁ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ରଣମାଲ ଭୁର୍ଷିଗୁଡା ଗ୍ରାମରେ ଭାଲୁ ଆତଙ୍କ। ଆଜି ସନ୍ଧ୍ୟା ବେଳେ ନିକଟରେ ଥିବା ଡୋକାରୀ ଆଡୁ ଗାଁ ମୁହାଁ ହୋଇଥିଲା ଭାଲୁ। ତେବେ ଲୋକଙ୍କ ପାଟିତୁଣ୍ଡ ଶୁଣି ଭାଲୁ ଜଙ୍ଗଲ ଆଡକୁ ଚାଲିଯାଇଛି ।

ବର୍ତ୍ତମାନ ଲୋକେ ଆତଙ୍କିତ ହେବା ସହ ଘରେ ରହିଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜଙ୍ଗଲ ଭିତରେ ଜଳ ଓ ଖାଦ୍ୟ ଅଭାବ ରୁ ଗାଁ ମୁହାଁ ହେଉଛି ଭାଲୁ । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଜଙ୍ଗଲ ବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି ।