ଆଗନ କା ଉତ୍ସବର ତୃତୀୟ ଦିନରେ ସମ୍ବର୍ଧନା, ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସାମୁଟିଆ ସାହି ଓ ହାଟପଦା ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଗନ କା ଉତ୍ସବ’ ଅବସରରେ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ’ର ତୃତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଅଭିଯାନର ପ୍ରଥମ ଦିନରେ ପରିବାରର ବାପାମାନଙ୍କ ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଫ୍ରୁଟ୍ସ କିଟ୍‌ ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ତୃଣମୂଳ ସ୍ତରରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ମହିଳା ସୁରକ୍ଷା ଅଧିକାରୀ ସାରଳା ପାତ୍ର, ଅଙ୍ଗନବାଡ଼ି କର୍ମୀ ତପସ୍ୱିନୀ ବେହେରା, ଅଙ୍ଗନବାଡ଼ି ସହାୟିକା ଓ ଅଭିଭାବକମାନେ ଉପସ୍ଥିତ ଥିଲେ। ତୃଣମୂଳ ସ୍ତରରେ ମହିଳା ଓ ଶିଶୁଙ୍କ ସେବା ସହ ସଚେତନତା ସୃଷ୍ଟି ଦିଗରେ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।