(ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ ) : ଚୋରା ମଦ ବ୍ୟାନକୁ ପ୍ରତିହତ କରିବା ପାଇଁ ରାଇରଙ୍ଗପୁର ଟାଉନଥାନାଧିକାରୀ ରଂଜନ ସେଠୀ କଠୋର ହୋଇଛନ୍ତି ।ଅବକାରୀ ବିଭାଗର ଦାୟିତ୍ବ ତୁଲାଉଛି ପୋଲିସ ।ଅବକାରୀ ବିଭାଗ ମିଛି ମିଛିକା ଶୋଇ ପଡିଛି ।
ଶନିବାର ଅପରାହ୍ନରେ ଦୁଇ ଚୋରା ମଦ ବେପାରୀଙ୍କୁ ରାଇରଙ୍ଗପୁର ଲିଙ୍କ ରୋଡ ଏବଂ ଅଶନବଣି ରାସ୍ତାରେ ଧରିଛନ୍ତି ।ସେମାନେ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମର ମାଥା ମାହାଲି (୨୭) ଏବଂ ବୈଦ୍ୟନାଥ ମାହାଲି(୨୫) ।ସେମାନଙ୍କ ଠାରୁ ୧୦ ଲିଟର ଓ ୫ ଲିଟର ଚୋରାମଦ ଜବତ କରାଯାଇଛି ।ରବିବାର ଦିନ କୋର୍ଟ ଚାଲାଣ କରାଯାଇଛି । ଫଳରେ ସହରରେ ଚୋରାମଦ କାରବାର ଚଳାଉଥିବା ବେପାରୀ ଛାନିଆଁ ହୋଇଯାଇଛନ୍ତି ।