(ଚିତ୍ତରଞ୍ଜନ ସାହୁ): ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଲାଇନ ସଂଯୋଗ କରିବା ସମୟରେ ଜଣେ କର୍ମଚାରୀଙ୍କ ଜୀବନ ଯାଇଛି । ବରଗଡ଼ ସଦର ଥାନା ଅନ୍ତର୍ଗତ ବନବାସ ପାଲି ଗାଁର ଲାଇନ କଟାଯାଇ ଛିଣ୍ଡିଯାଇଥିବା ବିଦ୍ୟୁତ ତାରକୁ ମରାମତି ପାଇଁ ୩ ଜଣଙ୍କୁ ପଠା ଯାଇଥିଲା । କାମ କରୁଥିବା ସମୟରେ ହଠାତ ଲାଇନ ସଂଯୋଗ କରିଦିଆଯାଇଥିବାରୁ ବିଦ୍ୟୁତ୍ ଆଘାତରେ କୁମର ରଣା ନାମକ ୩୩ ବର୍ଷିୟ ଯୁବକଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ଖୁଣ୍ଟିରୁ ଖସିପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଫଲରେ ସା୍ଥନୀୟ ଲୋକେ ଶବକୁ ୱେସ୍କୋ ନିର୍ବାହ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୃତକଙ୍କ ସ୍ତ୍ରୀଙ୍କୁ ଚାକିରି ଦେବା ସହ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ । ସେହିପରି ୱେସ୍କୋ କାର୍ଯ୍ୟଳୟକୁ ବିଦ୍ୟୁତ୍ କର୍ମଚାରୀ ସଂଘ ମଧ୍ୟ ଘେରାଉ କରି କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କୁ ସର୍ମଥନ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ଥାନାକୁ ପଠାଇଥିଲା । ଅନ୍ୟ ୨ଜଣ କର୍ମଚାରୀ କୁଆଡ଼େ ଫେରାର ଥିବା ଜଣାପଡ଼ିଛି ।
.