(ଚିତ୍ତରଞ୍ଜନ ସାହୁ) : ବରଗଡ ଜିଲ୍ଲା ଭଟଲି ବ୍ଲକ ବାଉଲସିଂହା ଗ୍ରାମ ନିକଟରେ ଆରମ୍ଭ ହୋଇଥିବା ଇଥାନଲ ପ୍ରକଳ୍ପକୁ କାମ ଆରମ୍ଭ ହେବା କ୍ଷଣି ବିରୋଧ ଦେଖିବାକୁ ମିଳିଛି । ପ୍ରକଳ୍ପ ସ୍ଥାନରେ କଂକ୍ରିଟ ବଡ଼ କାମ ଆରମ୍ଭ ହୋଇଥିବା ବେଳେ ଏହି କାମକୁ ବମ୍ବେର ଠିକା ସଂସ୍ଥା କରୁଛି । ତେବେ ଏହି କାମ ପାଇଁ ପଡ଼ୋଶୀରାଜ୍ୟ ଛତିଶଗଡ଼ରୁ ଶ୍ରମିକ ଆଶି କାମ କରୁଛନ୍ତି , ମାତ୍ର ସ୍ଥାନୀୟ ଶ୍ରମିକ ମାନଙ୍କୁ କାମ ଦେଉନଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ ।
ପୂର୍ବରୁ ହୋଇଥିବା ଜନଶୁଣାନୀରେ କମ୍ପାନୀ ଗ୍ରାମବାସୀଙ୍କୁ କାମ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏବେ କମ୍ପାନୀ ସେଥିପ୍ରତି ଧ୍ୟାନ ନଦେଇ ଦଲାଲଙ୍କ ସାହାଯ୍ୟରେ କାମ କରାଉଥିବା ଅଭିଯୋଗ କରି ପ୍ଲାଣ୍ଟ ଭିତରେ ଧାରଣାରେ ବସିଥିଲେ ଗ୍ରାମବାସୀ । ସେମାନଙ୍କ ଅଭିଯୋଗ ଅନୁଯାଇ ଠିକା ସଂସ୍ଥା କାମ କରିବାପାଇଁ ଡାକୁଛି , ମାତ୍ର ସେମାନେ କାମ କରିବାପାଇଁ ପ୍ଲାଣ୍ଟରେ ପଂହଁଚିଲେ ବିଭିନ୍ନ ଆଳ ଦେଖାଇ ବାହାର କରିଦେଉଛି ।
ଏହି ସମସ୍ୟା ସମ୍ପର୍କରେ ବାୟୋଫୁଏଲ ପ୍ରକଳ୍ପ ପରିଚାଳକ ଏବଂ ଇଞ୍ଜିନିୟର ମାନେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।