କଟକ: କଟକ ଉପର ପଡ଼ିଆରେ ହେବ ଐତିହାସିକ ବାଲିଯାତ୍ରା । ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ। ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ ।

ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରଶାସନକୁ କରାଯାଇଥିଲା ଅନୁରୋଧ। ସବୁ ମହଲରୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଆଜି ହାଇକୋର୍ଟ ଉପର ପଡ଼ିଆରେ ବାଲିଯାତ୍ରା କରିବାକୁ ଅନୁମତି ଦେଇଛନ୍ତି।

ସେପଟେ ବାଲିଯାତ୍ରା ପଡ଼ିଆର ୫ କିଲୋମିଟର ଅବଧିକୁ “ଡ୍ରୋନ୍ ମୁକ୍ତ ଅଞ୍ଚଳ” ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ନଭେମ୍ବର ୧ ତାରିଖ ଠାରୁ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଂଚଳ ଡ୍ରୋନ୍ ମୁକ୍ତ ରହିବ । ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି।