ଫାଙ୍କି ଦେଉଛନ୍ତି ଇ-ଚାଲାଣ
ଅମାନିଆ ବେଖାତିର, ଟ୍ରାଫିକ ଉଲ୍ଲଂଘନକାରୀ ଯଦି ସୀମିତ ସମୟରେ ଫାଇନ ପୈଠ ନକରନ୍ତି ତେବେ ସିଧାସଳକ ବ୍ୟାଙ୍କ ଆକାଉଣ୍ଟରୁ ଆପେ ଆପେ କଟିଯିବ ।
ଭୁବନେଶ୍ୱର: ଦିନକୁ ଦିନ ବେଆଇନ ଗାଡି ଚାଲାଣ ବଢି ଚାଲୁଥିବା ବେଳେ ଆମାନିଆଙ୍କ ଉପଦ୍ରବ ବଢିବାରେ ଲାଗିଛି । ଯେଉଁଠି ଦେଖିବ ବେଆଇନ ପାର୍କିଂ ସାଙ୍ଗକୁ ଫାଇନ ଆଦାୟରେ ଲାଗି ରହୁଛନ୍ତି ଟ୍ରାଫିକ କର୍ମଚାରୀ । ଟ୍ରାପିକ ଉଲ୍ଲଂଘନକାରୀଙ୍କୁ ଟ୍ରାଫିକ କର୍ମଚାରୀ ଅଟକାଇବା ପରିବର୍ତ୍ତେ ସେମାନଙ୍କର ଗାଡି ନମ୍ବର ପ୍ଲେଟର ଫଟୋ ଉଠାଇ କଣ୍ଟ୍ରୋଲରୁମକୁ ପଠାଇ ଦେଉଛି କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ । ବିନା ହେଲମେଟରେ ଗାଡି ଚଲାଇବା, ରଙ୍ଗରୁଟରେ ଗାଡି ଚାଳନା, ଟ୍ରାଫିକ ନିୟମକୁ ଉଲଂଘନ କରିବା, ଜେବ୍ରା କ୍ରସିଂକୁ ଅତିକ୍ରମ କରିବା, ସିଗନାଲ ଅତିକ୍ରମ କରି ପଳାଇବା ଯିବା ଆଦି ଅନେକ ନିୟମକୁ ପାଳନ କରିବା ଲାଗି ବିଏସ୍ସିଏଲ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ସହରର ୩୨ଟି ସ୍ଥାନ ମାନଙ୍କରେ ୩୧୨ଟି ଟିଭିଡିଏସ୍ କ୍ୟାମେରା ଲଗାଯାଇଛି । ତେବେ ନିୟମ ଉଲ୍ଲଂଗନକାରୀ ମାନଙ୍କର ଇ-ଚାଲାଣର ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ତାହା ଏକ ପ୍ରକାର ପ୍ରହସନ ପାଲଟିଛି । ତେବେ ସୂଚନାଯୋଗ୍ୟ ଯେ କମିଶନରେଟ ପୋଲିସ ଯେତିକି ଚାଲାଣ କାଟୁଛି ଫାଇନ ସତିକି ପରିମାଣର ଆଦାୟ ହେଉନାହିଁ ।
ବିଭିନ୍ନ ସମୟରେ ଟ୍ରାଫିକ ଉଲ୍ଲଂଘଲକାରୀଙ୍କ ବିରୋଧରେ ଇ-ଚାଲାଣ କଟାଯାଉଥିଲେ ମଧ୍ୟ ଚାଲାଣକୁ ବେଖାତିର କରୁଛନ୍ତି । କୋର୍ଟ ବାରମ୍ବାର ଉକ୍ତ ଚାଲାଣଧାରୀଙ୍କୁ ଚାଲାଣର ସମନ ପଠାଉଥିଲେ ମଧ୍ୟ ବେଖାତିର କରୁଛନ୍ତି ଅମାନିଆ । ଫଳରେ ମାମଲା ବୋଝରେ କୋର୍ଟ ଚାପଗ୍ରସ୍ତ ହେବା ସହ ଟ୍ରାଫିକ ପୋଲିସ ଲାଗି ଏକ ପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ତେବେ ଟ୍ୱିନ୍ସିଟିରେ ପ୍ରତିଦିନ ୧୦୦୦ରୁ ଅଧିକ ଇ-ଚାଲାଣ ଯାଉଛି । ମାସିକ ହାରାହାରି ୪୦ ହଜାର ଓ ବାର୍ଷିକ ୪ ଲକ୍ଷରୁ ଅଦିକ ଫାଇନ ଆଦାୟ ପରିବର୍ତ୍ତେ ଚାଲଣର ୨୦ ପ୍ରତିଶତ ଆଦାୟ କରାଯାଉଛି ।
ଦିଲ୍ଲୀ ଭଳି ଓଡିଶାରେ ଯୋଜନା
ଇ-ଚାଲାଣକୁ ବେଖାତିର କରୁଥିବା ଆମାନିଆଙ୍କୁ ସାବାଡ କରିବା ଲାଗି ରାଜ୍ୟ ସରକାର ଏକ ବିକଳ୍ପ ନୀତି ଆପଣେଇବେ । ନିକଟରେ ସୁପ୍ରିମକୋର୍ଟର ରୋଡ୍ ସେଫ୍ଟି ଟିମ ଓଡିଶା ସରକାରଙ୍କୁ ଦିଲ୍ଲୀ ଟ୍ରଫିକ ବ୍ୟବସ୍ଥା ନୀତି ଆପଣାଇବାକୁ ପ୍ରସ୍ତାବ ଦେଇଛନ୍ତି । ଦିଲ୍ଲୀ ଭଳି ଓଡିଶାରେ କଟିବ ଇ-ଚାଲାଣ । ଡ୍ରାଇଭିଂ ଲାଇସ୍ନ୍ ସହ ବ୍ୟଙ୍କ ଆକାଉଣ୍ଟ ଲିଙ୍କ୍ ଯୋଜନା ଆରମ୍ଭ କରିଦିଆଯାଇଛି । ଏତତ୍ ଦ୍ୱାରା ଉଲ୍ଲଂଘନକାରୀଙ୍କ ଠାରୁ ସିଧାସଳଖ ଫାଇନ ଆଦାୟ କରାଯିବ । ଟ୍ରାଫିକ ଉଲ୍ଲଂଘନକାରୀ ଯଦି ସୀମିତ ସମୟରେ ଫାଇନ ପୈଠ ନକରନ୍ତି ତେବେ ସିଧାସଳକ ବ୍ୟାଙ୍କ ଆକାଉଣ୍ଟରୁ ଆପେ ଆପେ କଟିଯିବ । ଗତ ମାସରେ ସୁପ୍ରିମକୋର୍ଟର ରୋଡ ସେଫ୍ଟି କମିଟିର ସଞ୍ଜିବ ମିତ୍ତଲ ଓଡିଶା ଆସି ରାଜ୍ୟ ସରକରାଙ୍କୁ ଏଭଲି ନିଷ୍ପତି ନେବାକୁ ପରାମର୍ଶ ଦେଇଛନ୍ତି ।

