ସିଲିକନ୍ ଭାଲିରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଦିଆଯାଇଛି ଶୁଭ

ଭୁବନେଶ୍ୱର: ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ନେତୃତ୍ୱରେ ଆମେରିକା ଗସ୍ତ କରିଛନ୍ତି ଏକ ପ୍ରତିନିଧି ଟିମ । ଏଥିରେ ଉନ୍ନୟନ କମିସନର୍ ଅନୁ ଗର୍ଗ, ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ରହିଛନ୍ତି । ସେଠାରେ ଥିବା ପ୍ରବାସୀ ଓଡିଆଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏହି ପ୍ରତିନିଧିଦଳ ଯୋଗ ଦେଇଛନ୍ତି । ପରେ ସିଲିକନ୍ ଭାଲିରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯାଇଛି । ଏଠାରେ ୯ ଏକର ଜାଗାରେ ମନ୍ଦିର ସହ ଏକ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ହେବାର କାର୍ଯ୍ୟକ୍ରମ ରହିଛି । ଏହା ଦ୍ୱାରା ପ୍ରବାସୀ ଓଡ଼ିଆମାନଙ୍କର ଓଡ଼ିଶା ସହିତ ସମ୍ପର୍କ ମଜଭୁତ ହେବ ବୋଲି କୁହାଯାଉଛି। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିନିଧିମାନେ ପ୍ରତିଶ୍ରୁତିଦେଇଛନ୍ତି ।