ପୂର୍ବଶତୃତା ନେଲା ଭୟଙ୍କର ରୂପ : ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଗୋପପୁର ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଆତ୍ମାରାମ ସାହୁ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ପେଟ୍ରୋଲ ଢାଳି ମାରିଦେବା ପାଇଁ ଉଦ୍ୟମ ହୋଇଛି l ସେହି ଗ୍ରାମର ଜଣେ ଯୁବକ ଏଭଳି କାଣ୍ଡ ଘଟାଇଥିବା ଥାନାରେ ଅଭିଯୋଗ ହୋଇଛି । ଆତ୍ମାରାମ ୭୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡିଛି l ଏବେ ଗୁରୁତର ଅବସ୍ଥାରେ ଭୁବେନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ପୂର୍ବ ଶତ୍ରୁତା ରୁ ଏଭଳି ଘଟଣା ଘଟିଛି ବୋଲି ତାଙ୍କ ଭାଇ ଅନିରୁଦ୍ଧ ସାହୁ ଥାନା ରେ ଅଭିଯୋଗ କରିଛନ୍ତି ନିଶ୍ଚିନ୍ତକୋଇଲି ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଯୁଗଳ କିଶୋର ଦାସ।