ଭିଜିଲାନ୍ସ ଜାଲରେ ଫସିଲେ ବ୍ରହ୍ମପୁର ଆର୍‌ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ବ୍ରହ୍ମପୁର ଆର୍‌ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍‌.ଦିଲ୍ଲୀପ ଚୌଧୁରୀଙ୍କ ଘରେ ଶନିବାର ଭିଜିଲାନ୍ସ ଟିମ୍‌ ଚଢାଉ କରିଛି । ଏନ ଦିଲ୍ଲୀପ କୁମାର ଚୌଧୁରୀଙ୍କ ବାସ ଭବନ  ଓ କାର୍ଯ୍ୟାଳୟ  ସମେତ  ୪ଟି ସ୍ଥାନରେ  ଏକକାଳୀନ ଚଢାଉ  ଚାଲିଛି । ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର  ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା  ସର୍ଚ୍ଚ ୱାରେଣ୍ଟ ବଳରେ ଆଜି   ବ୍ରହ୍ମପୁରର ଆର ଆଣ୍ଡ ଡିଭିଜନ-୧ ,  ସହକାରୀ ନିର୍ୱାହୀ ଯନ୍ତ୍ରୀ  ଏନ. ଦିଲ୍ଲୀପ କୁମାର ଚୌଧୁରୀଙ୍କ   ଧର୍ମ ନଗର, ବ୍ରହ୍ମପୁରର   ସ୍ପେକ୍ଟ୍ରମ ରୟାଲ ଠାରେ ଗେଟିଏ ୨ ବିଏଚକେ ଫ୍ଲାଟ, ବ୍ରହ୍ମପୁରର ମୟୁରୀ ବିହାରରେ ଗୋଟିଏ ଦୁଇ ମହଲା କୋଠା , ବ୍ରହ୍ମପୁରର ଆର ଆଣ୍ଡ ବି ଡିଭିଜନର-୧ରେ ତାଙ୍କର କାଯ୍ୟାଳୟ ଭୁବନେଶ୍ୱର ସହିଦନଗର ଇଭୋସ ଏକ୍ସୋଟିକା ଆପାର୍ଟମେଣ୍ଟରେ ଗୋଟିଏ ୩ ବିଏଚକେ ଫ୍ଲାଟରେ ଚଢାଉ ଚାଲିଛି ।  ଚଢାଉରେ ୩ ଜଣ ଡିଏସଏସପି ,୭ ଜଣ ଇନ୍ସପେକ୍ଟର ଏବଂ  ଅନ୍ୟନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢାଉ ଚାଲିଛି ।