ଜାକର୍ତ୍ତା : ଚଳିତ ଏସିଆ ହକି କପ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ଯୁବ ଦଳ । ଏସିଆ ହକିରେ ମଙ୍ଗଳବାର ଦକ୍ଷିଣ କୋରିଆ ବିପକ୍ଷ ମହତ୍ବପୂର୍ଣ୍ଣ ସୁପର-୪ ମ୍ୟାଚ୍କୁ ୪-୪ ଗୋଲ୍ରେ ଅମୀସାଂସିତ ରଖି ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା ଭାରତ । ହେଲେ ଆଜି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରକ୍ଷଣାତ୍ମକ ହକି କଳା କୌଶଳର ପ୍ରୟୋଗ କରିଥିଲା ଭାରତୀୟ ଦଳ ।

ଆଉ ରାଜ କୁମାର ପାଲଙ୍କ ସପ୍ତମ ମିନିଟ୍ ଫିଲ୍ଡ ଗୋଲ୍ ବଳରେ ବିଜୟୀ ହୋଇ ଜାପାନକୁ ଲଗାତାର ଦ୍ବିତୀୟ ମ୍ୟାଚ୍ରେ ହରାଇବା ଏବଂ କାଂସ୍ୟ ପଦକ ଜିତିବାର ଯୁଗଳ ଲକ୍ଷ୍ୟ ହାସଲ କରି ନେଇଥିଲା। ବୁଧବାରର ଚିତ୍ତାକର୍ଷକ ଫାଇନାଲ୍ରେ ମାଲେସିଆକୁ ୨-୧ ଗୋଲ୍ରେ ପରାସ୍ତ କରି ଦକ୍ଷିଣ କୋରିଆ ବିଜେତା ହୋଇଥିଲା।