ଭୁବନେଶ୍ବର: ଏବେ ଚାରିଆଡେ ଦେଖାଦେଉଛି ରାଜନୈତିକ ଉଷ୍କତା । ଏହାରି ଭିତରେ ଓଡିଶାରେ ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଆସନ୍ତା ନିର୍ବାଚନ ପ୍ରଚାର ପାଇଁ ଘନ ଘନଓଡିଶା ଆସୁଛନ୍ତିକେନ୍ଦ୍ରିୟ ମନ୍ତ୍ରୀ । ଏହାରି ଭିତରେ ତୃତୀୟ ଥରେ ପ୍ରଚାରରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଆସନ୍ତା ୨୩ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଜେ.ପି. ନଡ୍ଡା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ କରଞ୍ଜିଆ , ଧାମନଗର, ବଡ଼ଚଣା, ବାଲିକୁଦାରେ ଆୟୋଜିତ ସଭାରେ ଯୋଗଦେବେ ଜେ.ପି. ନଡ୍ଡା । ସେହିଭଳି ଚିଲିକା ଏବଂ ସାଲେପୁର କୁଳିଆରେ ଯୋଗୀ ଆଦିତ୍ୟନାଥ ଜନସଭା କରିବେ ।
ସେପଟେ ରାମାୟଣ ଧାରାବାହିକରେ ରାମ ଭୂମିକାରେ ଅଭିନୟ କରିଥିବା ତଥା ବିଜେପି ନେତା ଅରୁଣ ଗୋଭିଲ ମଧ୍ୟ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି । ଅରୁଣ ଗୋଭିଲ ୨୨ ତାରିଖରେ ୪ଟି ସଭାରେ ଯୋଗଦେବେ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ । ସେହିଭଳି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପୁଣି ପ୍ରଚାର ପାଇଁ ଓଡିଶା ଆସିବେ । ବିଜେପି ହେ ଭିଓ୍ବେଟ ଗସ୍ତ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହିସବୁ କାର୍ଯ୍ୟ କ୍ରମରେ କିପରି ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଯୋଗଦେବେ ସେନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି ।