ମୁମ୍ବାଇ -ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ଅନୁଷ୍କା ଶର୍ମା ଶୀର୍ଷାସନ କରୁଥିବା ନଜର ଆସିଛନ୍ତି। ବିରାଟ କୋହଲି ତାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି। ଏଥିରେ ତାଙ୍କୁ ସର୍ପୋଟ ଦେଉଥିବାର ଦେଖିବାକୁ ମିଳିଛି ।

ଅନୁଷ୍କା ଲେଖିଛନ୍ତି ଯେ,‘ ଏହା ‘‘hands-downଏବଂ ଲେଗ୍ସ ଅପ୍ ଏକ୍ସରସାଇଜ୍। ଯୋଗ ତାଙ୍କ ଜୀବନର ବଡ଼ ଅଂଶ,ତାଙ୍କ ଡାକ୍ତର ତାଙ୍କୁ କହିଛନ୍ତି ଯେ ସେ ସବୁ ଆସନ କରନ୍ତି ଯେଉଁଥିରେ ଅତ୍ୟଧିକ ଟ୍ବିଷ୍ଟ୍ କରିବା କିମ୍ବା ବହୁତ ଅଧିକ ନଇଁବା ନଥାଏ ,କିନ୍ତୁ ସଠିକ୍ ଏବଂ ଜରୁରୀ ସପୋର୍ଟ ସହ।
ଶୀର୍ଷାସନ ଯାହା ସେ ଦୀର୍ଘ ବର୍ଷରୁ କରନ୍ତି ସେ ଭାବିଥିଲେ ଯେ କାନ୍ଥ ସାହାଯ୍ୟରେ ସେ ଏହାକୁ କରିବେ ଏବଂ ତାଙ୍କ ସ୍ବାମୀ ତାଙ୍କୁ ଭାରସାମ୍ୟ ରକ୍ଷା କରିବାରେ ସାହାଯ୍ୟ କରିବେ ଯାହା ଦ୍ବାରା ତାଙ୍କୁ ଅଧିକ ସୁରକ୍ଷା ମିଳିବ।’ଅନୁଷ୍କା ଲେଖିଛନ୍ତି ଯେ ,‘ଏହା ସେ ନିଜ ଯୋଗ ଗୁରୁଙ୍କ ସଂରକ୍ଷଣରେ କରିଥିଲେ ଯିଏ ସେଶନ ସମୟରେ ତାଙ୍କ ସହ ଥିଲେ। ସେ ବହୁତ ଖୁସି କାରଣ ସେ ଗର୍ଭାବସ୍ଥାରେ ମଧ୍ୟ ନିଜ ଅଭ୍ୟାସ ଜାରି ରଖିଛନ୍ତି।’ ପାଖାପାଖି ୧୨ମିନିଟରେ ଏହି ଫଟୋକୁ ୩ଲକ୍ଷରୁ ଅଧିକ ଲୋକେ ଲାଇକ୍ ଏବଂ ସେୟାର କରିଛନ୍ତି। ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି ପ୍ରଥମ ଥର ବାପା ହେବାକୁ ଯାଉଛନ୍ତି।