ଭୁବନେଶ୍ଵର: ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ବ ନେଇଛନ୍ତି । ଅନୁ ଗର୍ଗଙ୍କୁ ବିଭିନ୍ନ ମହଲରୁ ମିଳିଛି ଶୁଭେଚ୍ଛା । ତେବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ତାଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପତ୍ନୀ ତଥା ଅବସରପ୍ରାପ୍ର ପ୍ରାଶାସନିକ ଅଧିକାରୀ ଆରତୀ ଆହୁଜା ମଧ୍ୟ ଉପସ୍ଥିତ ଥିଲେ । ମନୋଜ ଆହୁଜା ଅବସର ନେବା ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ବ ନେଇଛନ୍ତି। ୨୦୨୪ରୁ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରିଛି ।

ତେବେ ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଲା ପରେ ଅନୁ ଗର୍ଗ କହିଛନ୍ତି, ମୋ ପାଇଁ ବଡ଼ ଦାୟିତ୍ବ, ସୁଯୋଗ ବି ରହିଛି । ରାଜ୍ୟର ପ୍ରଗତି ଆମର ମୂଳ ଲକ୍ଷ୍ୟ । ୨୦୩୬ ଭିଜନ୍ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ କରିବୁ । ୨୦୪୭ରେ ଦେଶ କିପରି ଲକ୍ଷ୍ୟ ପଥରେ ପହଞ୍ଚିବ କାର୍ଯ୍ୟ କରିବୁ । ସ୍ବପ୍ନର ଓଡ଼ିଶା ଗଠନ କରିବା ପାଇଁ ସମସ୍ତେ ମିଶି କାମ କରିବା । ଆଗାମୀ ଦିନରେ ବହୁତ ଚ୍ୟାଲେଞ୍ଜ୍ ରହିଛି, ସମାଧାନ କରିବା । ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍କୁ ଗୁରୁତ୍ବ ଦିଆଯିବ । ଯୁବା ସଶକ୍ତୀକରଣ, ଟୁରିଜିମ୍, ଅନ୍ୟାନ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେବା ବୋଲି କହିଛନ୍ତି ଅନୁ ଗର୍ଗ ।