ବାଲେଶ୍ୱର:ବାଲେଶ୍ୱର ଯୋଗାଣ ବିଭାଗର ଆଣ୍ଟି ସ୍ମଗ୍ଲିଂ ଗାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ଜନାର୍ଦ୍ଦନ ପଲାଇ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ବାଲେଶ୍ୱର ଚାଉଳ ସଂଗ୍ରହ କେନ୍ଦ୍ର ଓ ଜଳେଶ୍ୱର ଜିଲ୍ଲା ଗୋଦାମ ଗୃହରେ କାର୍ଯ୍ୟରତ ଅଛନ୍ତି ଜନାର୍ଦ୍ଦନ । ଏହି ଭିଜିଲାନ୍ସ ଚଢ଼ାଉରେ ୪ ଜଣ ଡିଏସପି ଓ ୫ ଇନସ୍ପେକ୍ଟର ସାମିଲ ହୋଇଛନ୍ତି । ଏକ ସଙ୍ଗରେ ୫ଟି ଜାଗାରେ ରେଡ କରୁଛି ଭିଜିଲାନ୍ସ ବିଭାଗର ୫ଟି ଟିମର ୩୫ଜଣ ଅଧିକାରୀ। ଜଳେଶ୍ୱର ନୂଆବଜାର ଠାରେ ଥିବା ତାଙ୍କ ବାସଭବନ , ଅଫିସ ଗୋଦାମ ଘରର କାର୍ଯ୍ୟାଳୟ , ଶ୍ଵଶୁର ଘର , ବ୍ରହ୍ମପୁର ଛତ୍ରପୁର ଠାରେ ଥିବା ପୈତୃକ ବାସ ଭବନ ସହିତ ୬୦ ନମ୍ୱର ଜାତୀୟ ରାଜପଥ ନିକଟରେ ଥିବା ଚନ୍ଦନ ହୋଟେଲ ରେ ଏକ ସାଙ୍ଗରେ ଚାଲିଛି ମାରାଥନ ଚଢାଉ । ତେବେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରି କିଭଳି କୁବେର ପାଲଟି ଗଲେ ,ତାଙ୍କର ଆଲିସାନ ବଙ୍ଗଳା ଦେଖି ଭିଜିଲାନ୍ସ ବିଭାଗ ଚକିତ ହୋଇଯାଇଛି। ଚଢାଉ ବେଳେ ୧୨ଟି ପ୍ଲଟ, ଇନ୍ସୁରାନସ ବଣ୍ଡ, ପୋଷ୍ଟାଲ୍ ଓ ବିଭିନ୍ନ ବ୍ୟାଙ୍କରେ ପାସ ବୁକ୍, ୬ ଲକ୍ଷ ଟଙ୍କାର ଫିକ୍ସ୍ ଡିପୋଜିଟ ସହିତ ବ୍ୟାଙ୍କ୍ ଲକର ଥିବା ସୂଚନା ମିଳିଛି।