ମା’ ଭଗବତୀଙ୍କ ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କପ୍ତିପଦା:- ମା’ ଭଗବତୀଙ୍କ ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କୁକୁରଢିମା ଗ୍ରାମରେ ଥିବା, ମା’ ଭଗବତୀଙ୍କ ମନ୍ଦିରରେ 18 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ, ଆଜି ସ୍ଥାନୀୟ ଜଳାଶୟରୁ ଏକ କଳସ ଶୋଭାଯାତ୍ରା କରାଯାଇ ମନ୍ଦିର ମନ୍ଦିରରେ ଯଥା ରୀତି ନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ହୋଇଥିଲା। ହୋମଯଜ୍ଞ ଓ ମନ୍ତ୍ର ପୂଜାପାଠରେ ସ୍ଥାନୀୟ ଅଞ୍ଚଳ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।