ବାଣରୁ ଅଗ୍ନିକାଣ୍ଡ ସନ୍ଦେହ, ଜଳିଗଲା ଚାଳ ଛପର ଘର

ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବଡ଼ ଇଚ୍ଛାପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ନିଆଁ ଲାଗି ଏକ ଚାଳ ଛପର ଘର ସମ୍ପୂର୍ଣ୍ଣ ଜଳିଯାଇଛି। ବାଣ ଫୁଟାଇବା ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଖବର ପାଇ ଜଟଣୀ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଘଟଣା ପରେ ଗ୍ରାମରେ କିଛି ସମୟ ପାଇଁ ଭୟର ବାତାବରଣ ଖେଳିଯାଇଥିଲା।