ବିହାର ଓ କର୍ଣ୍ଣାଟକକୁ ବନ୍ୟା ସହାୟତା ମଞ୍ଜୁର କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ବନ୍ୟା କ୍ଷତିଗ୍ରସ୍ତ ରାଜ୍ୟଗୁଡିକରେ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ବିହାର ଓ କର୍ଣ୍ଣାଟକର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାର ପାଇଁ ୪୦୦ କୋଟି ଓ କର୍ଣ୍ଣାଟକ ପାଇଁ ୧୨୦୦ କୋଟି ଟଙ୍କା ଜାତୀୟ ଦୁର୍ବିପାକ ସହାୟତା ପାଣ୍ଠିରୁ ମଞ୍ଜୁର କରିଛନ୍ତି । ଅନ୍ୟପକ୍ଷରେ ୨୦୧୯-୨୦ ପାଇଁ ବିହାର ଏସଡିଆରଏଫକୁ କେନ୍ଦ୍ରରୁ ମିଳିବାକୁ ଥିବା ଅର୍ଥର ଦ୍ୱିତୀୟ କିସ୍ତି ୨୧୩ କୋଟି ଟଙ୍କା ଆଗୁଆ ପ୍ରଦାନ କରିବା ପାଇଁ ସେ ଅନୁମୋଦନ କରିଛନ୍ତି ।
ଚଳିତବର୍ଷ ବର୍ଷା ଋତୁରେ ଦେଶର ୧୩ଟି ରାଜ୍ୟରେ ପ୍ରବଳ ବର୍ଷା ଓ ଭୁସ୍ଫଳନ ହୋଇଛି । ଏହି ରାଜ୍ୟ ଗୁଡିକ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ପରେ ଆନ୍ତମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ ଗଠନ କରାଯାଇଛି ।